କୋକସରା ବ୍ଲକ ସାମ୍ବାଦିକ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

ଲଡୁଗାଁ: ଭାରତ ବର୍ଷରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମର ପ୍ରତିଷ୍ଠାକୁ ରକ୍ଷା କରିବା ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ବିଭିନ୍ନ ସ୍ଥାନରେ ହେଉଥିବା ଆକ୍ରମଣକୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଆମପାଣି ସ୍ଥିତ ଡାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକର ଆୟୋଜନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଭଦ୍ରାଞ୍ଚଳ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ସଙ୍ଘ ନାମକରଣ, ସାମ୍ୱାଦିକ ସୁରକ୍ଷା ,ସାମ୍ବାଦିକ ପେନସନ ତଥା ଅଞ୍ଚଳର ବିକାଶ ଓ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ବିଧିବଦ୍ଧ ଭାବେ ସଙ୍ଘ ନାମକରଣ ନେଇ କୋକସରା ବ୍ଲକ ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ନାମରେ ନାମିତ କରାଯାଇଥିବା ବେଳେ ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ କୋକସରା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ଉପ ସଭାପତି ଭାବେ ସନତ କୁମାର ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ପଟ୍ଟଯୋଶୀ, ସାଧାରଣ ସମ୍ପାଦକ ସୁଧାରାମ ସରାଫ, ସହ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ସାଂଗଠନିକ ସମ୍ପାଦକ ଭଦ୍ରାଞ୍ଚଲ ନାଏକ, କୋଷାଧ୍ୟକ୍ଷ ଭାବେ ଭୋଲାନାଥ ପଟେଲ ରହିଥିବା ବେଳେ ତାପସ କୁମାର ରାୟ ଏବଂ ବିଜୟ ପଣ୍ଡା ଉପଦେଷ୍ଟା କମିଟିରେ ରହିଛନ୍ତି। ଏତତ୍ ବ୍ୟତୀତ କିଶନ କୁମାର ପଟ୍ଟନାୟକ, ତ୍ରୈଲୋକ୍ୟ ଵେଶ୍ରା, ଦିଗାମ୍ବର ନାଗ, ରୁପେନ୍ଦ୍ର ସୁନାନି, ତ୍ରିନାଥ ଵେଶ୍ରା କାର୍ଯ୍ୟନିର୍ବାହୀ ସଦସ୍ୟ ରୂପେ ଉପସ୍ଥିତ ଥିଲେ। ଏହି ବୈଠକରେ ଆଗମୀ ସମୟରେ ସଙ୍ଘ ପକ୍ଷରୁ ଅଞ୍ଚଳର ସାମୂହିକ ବିକାଶ, ସାମ୍ବାଦିକଙ୍କ ସୁରକ୍ଷା, ବରିଷ୍ଠ ସାମ୍ବାଦିକଙ୍କ ପାଇଁ ପେନସନ ସହ ପରିବାର ସଦସ୍ୟଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଦାବି କରିବାକୁ ମତ ପ୍ରକାଶ ପାଇଛି।

kalyan agarbati

Comments are closed.