www.samajalive.in
Saturday, December 6, 2025
26.1 C
Bhubaneswar

ଦନ୍ତା ଉତ୍ପାତ – ଘର ଭାଙ୍ଗିଲା, ଧାନ ତଳି ନଷ୍ଟ କଲା

ବଣାଇ: ବଣାଇ ବନାଞ୍ଚଳର ଧରଣୀଧର ବିଟ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମଗରମୁଣ୍ଡା ସାହିରେ ଗତକାଲି ରାତିରେ ଏକ ଗୋଠ ଛଡା ଦନ୍ତା ହାତୀ ଘର ଭାଙ୍ଗିବା ସହିତ ଘରେ ରଖା ଯାଇଥିବା ଚାଉଳ ଓ ଧାନ ଖାଇଥିବା ଜଣାପଡିଛି। ଗ୍ରାମବାସୀ ମାନେ ବର୍ଷା ରାତିରେ ନିଜର ଓ ପିଲା ଛୁଆ ମାନଙ୍କ ଜୀବନ ରକ୍ଷା କରିବା ପାଇଁ ଏଣେ ତେଣେ ଦୌଡ଼ୁଥିବା ବେଳେ ଲୋକମାନଙ୍କ ହୋ ହାଲ୍ଲାକୁ ଖାତିର ନକରି ଉତ୍ପାତ ଚଳାଇଥିଲା। ଗ୍ରାମବାସୀ ବର୍ଷା ରାତିରେ ଦନ୍ତାର ଗ୍ରାମରେ ଉପସ୍ଥିତି ନେଇ ବାନପାଳ, ବନରକ୍ଷୀ ଓ ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ କେହି ହେଲେ ଆସି ନଥିଲେ। ଦନ୍ତାଟି ପ୍ରାୟ ଏକ ଘଣ୍ଟା ଉତ୍ପାତ କରିବା ପରେ ଭୋର ହେବା କ୍ଷଣି ଧରଣୀଧର ପାଲି ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲା। ଦନ୍ତାର ଘର ଭାଙ୍ଗିବା ଘଟଣାରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ସାହିର ଶ୍ରୀରାମ କିସାନ, ବୁଟିଆ କିସାନ, ପୂର୍ଣ୍ଣ କିସାନ, ବ୍ରଜ କିସାନ, ଦୁଃଖନ୍ କିସାନ ଓ ଗୁରୁ କିସାନଙ୍କ ଘର ଭାଙ୍ଗିଛି। ତୁରନ୍ତ ଏହାର ତଦନ୍ତ କରାଯାଇ ଦନ୍ତା ଭାଙ୍ଗିଥିବା ଘର ଗୁଡ଼ିକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories