www.samajalive.in
Saturday, December 6, 2025
26.1 C
Bhubaneswar

ଏମଜି ଆଣିବ ଆଉ ଏକ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ : ଗାଡି ନିର୍ମାତା କମ୍ପାନୀ ଏମଜି ମୋଟର ଭାରତୀୟ ବଜାରରେ ଆଉ ଏକ ଇଲେକ୍ଟ୍ରିକ୍ ଗାଡି ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ଗାଡି କ୍ରସଓଭର ଗାଡି ହେବ, ଏଥିରେ ସେଡାନ, ଏସୟୁଭି ଉଭୟର ମଜା ମିଳିବ । କମ୍ପାନୀର ଏହି କାର୍ ୬ ଅଗଷ୍ଟରେ ଲଞ୍ଚ୍ ହେବ । ତେବେ କମ୍ପାନୀ ୧ ଅଗଷ୍ଟରେ ଏହି କାରର ନାଁରୁ ପରଦା ଉଠାଇଛି । କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଜେଏସଡବ୍ଲୁ ଏମଜି ମୋଟରର ନୂଆ ଏସୟୁଭି ନାଁ ଓ୍ବିଣ୍ଡସୋର୍ ହେବ । କମ୍ପାନୀର କହିବାନୁସାରେ ଏହି କାର୍ ବ୍ରିଟିଶର ଆଇକନିକ୍ ଆର୍କିଟେକ୍ଚରଠୁ ଅନୁପ୍ରାଣିତ ।

କମ୍ପାନୀ ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ ଜରିଆରେ ନିଜ ଆଗାମୀ କାରର ସୂଚନା ଦେଇଥିଲା । କମ୍ପାନୀ ଏକ ଟିଜର ଆଣି ଜଣାଇଥିଲା କି ଏହି କାରରେ ସେଡାନର ଆରାମଦାୟକ ଏବଂ ଏସୟୁଭିର ମଜା ମିଳିବ । ଏହି କାରକୁ କ୍ରସଓଭର ୟୁଟିଲିଟି ଭେଇକଲ ତାଲିକାରେ ରଖାଯାଇଛି । ଏହା କମ୍ପାନୀର ପ୍ରଥମ ଏସୟୁଭି, ଯାହା ଭାରତୀୟ ମାର୍କେଟକୁ ଆସିବ । ସାମ୍ନାକୁ ଆସିଥିବା ଟିଜରରେ ଗାଡିର ଆଲୟ ହ୍ବିଲ୍ସ ଡିଜାଇନ୍, ସ୍ଲିକ୍ ଏଲଇଡି ଡିଆରଏଲ୍, ଏଲଇଡି ଲାଇଟ୍ ବାର୍ ସାମିଲ । ଏହା ବ୍ୟତୀତ ଟିଜରରେ ଗାଡିରେ ସନରୁଫ୍ ଥିବା ଜଣାପଡୁଛି ।

ନିର୍ବାଚନ ଲଢ଼ିବାର ସର୍ବନିମ୍ନ ବୟସ ୨୧କୁ ହ୍ରାସ କରିବାକୁ ରାଜ୍ୟସଭାରେ ଦାବି କଲେ ଆପ ସାଂସଦ

- Advertisement -

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories