www.samajalive.in
Saturday, December 6, 2025
26.1 C
Bhubaneswar

ଅଧିକାରୀ ଅନୁପସ୍ଥିତ, ଆଗତ ହୋଇ ପାରିଲା ନାହିଁ ଅନାସ୍ଥା ସ୍ଥଗିତ

ଭବାନୀପାଟଣା: ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଜି ସ୍ଥଗିତ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଆଜି ସ୍ୱତନ୍ତ୍ର ବୈଠକ ଏବଂ ଭୋଟିଂ ହେବାର ଥିଲା। ଅଥଚ ପ୍ରିଜାଇଡିଙ୍ଗ ଅଫିସର ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଅନୁପସ୍ଥିତ ରହିବାରୁ ଅନାସ୍ଥା ସଂକ୍ରାନ୍ତରେ ବୈଠକ ଏବଂ ମତଦାନ ସ୍ଥଗିତ ହେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଜୁନାଗଡ଼ ନଗରପାଳଙ୍କ ବିରୁଦ୍ଧରେ ବିଜେଡିର ୧୦ ଜଣ କାଉନସିଲର ଗତ ୧୬ ତାରିଖ ଦିନ ଜିଲ୍ଲାପାଳଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ। ସେହି ଅନୁଯାୟୀ ଆଜି ଜୁନାଗଡ଼ ଏନଏସିରେ ଅନାସ୍ଥା ସଂକ୍ରାନ୍ତରେ ସ୍ବତନ୍ତ୍ର ବୈଠକ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ସମ୍ପୃକ୍ତ କାଉନସିଲର ମାନେ ଉପସ୍ଥିତ ରହିବା ଏବଂ ଅନ୍ୟାନ୍ୟ ସମସ୍ତ ପ୍ରସ୍ତୁତି ସତ୍ତ୍ୱେ କୌଣସି କାରଣରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାତ୍ର ଅନୁପସ୍ଥିତ ରହିଲେ। ଏଣୁ ଅନାସ୍ଥା ଭୋଟ କାର୍ଯ୍ୟକ୍ରମ ସ୍ଥଗିତ ରହିଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଜିଲ୍ଲାପାଳ ଗ୍ରହଣ କରିବେ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ୧୨ ଟି ୱାର୍ଡ ବିଶିଷ୍ଟ ଜୁନାଗଡ଼ ଏନଏସିରେ ବିଜେଡିର ୧୦ ଏବଂ ବିଜେପିର ୨ ଜଣ କାଉନସିଲର ଅଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories