www.samajalive.in
Saturday, December 6, 2025
19.1 C
Bhubaneswar

ନିର୍ମାଣର ୨ବର୍ଷ ପରେବି କାର୍ଯ୍ୟକ୍ଷମ ହେଇପାରୁନି ନୂତନ ମାଛ ବଜାର କମ୍ପ୍ଲେକ୍ସ

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ସାନବଜାର କଲେଜ ରୋଡ଼ ଠାରେ ନିର୍ମାଣ ହୋଇଥିବା ମାଛ ବଜାର ବର୍ତମାନ ସୁଦ୍ଧା ବ୍ୟବସାୟୀ ମିଳିନାହିଁ। ଫଳରେ ସେମାନେ ବର୍ଷାଦିନେ ଅସ୍ଥାୟୀ କୁଡ଼ିଆରେ ବିକ୍ରିବଟ କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ କୋୖଣସି ଉଦ୍ୟମ ହେଉନାହିଁ। ଫଳରେ ବ୍ୟବସାୟ ମଧ୍ୟ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ସୂଚନା ଯୋଗ୍ୟ ଯେ ୨୦୨୨ ମସିହାରେ ଏନଏସି ପ୍ରଶାସନ ପକ୍ଷରୁ କ୍ରିଏସନ କେପିଟାଲ ଆସେଟ (ସି.ସି.ଏ) ଫଣ୍ଡରୁ ୧୪ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ମାଛ ବ୍ୟବସାୟୀଙ୍କ ସୁବିଧା ପାଇଁ ୧୭ଟି ବଜାର ଗୃହ ନିର୍ମାଣ କରାଯାଇଛି। ନୂତନ ମାଛ ବଜାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା ସହ ଏନଏସି ପ୍ରଶାସନକୁ ଚାବି ହସ୍ତାନ୍ତର କରିଛନ୍ତି ଠିକାଦାର। କିନ୍ତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବାର ଦୁଇ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ ନୂତନ ମାଛ ବଜାର କାର୍ଯ୍ୟକ୍ଷମ ହୋଇନାହିଁ। ଏଯାବତ ମାଛ ବ୍ୟବସାୟୀଙ୍କୁ ନୂତନ ମାଛ ବଜାର ଠାରେ କୌଣସି ପ୍ରକାର ଦୋକାନ ଗୃହ ଦିଆଯାଇନାହିଁ। ଯାହାଫଳରେ ସାନବଜାର ଷ୍ଟେସନ ରୋଡ଼ ଠାରେ ରାସ୍ତା ପାର୍ଶ୍ଵରେ ଅତି ଦୟନୀୟ ଅବସ୍ଥାରେ ମାଛ ବିକ୍ରି ହେଉଛି। ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମାଛ ବଜାର ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଉକ୍ତ ରାସ୍ତାଟି ସକୀଣ୍ଣ ହୋଇଥିବାରୁ ମାଛ କିଣିବାକୁ ଆସୁଥିବା ଜନସାଧାରଣଙ୍କ ଭିଡ଼ ହେବା ହେତୁ ରାସ୍ତା ଉପରେ ଜନଗହଳି ହୋଇ ରାସ୍ତା ଜାମ୍ ହେଉଥିବା ଅଭିଯୋଗ ହେଉଛି। ମାଛ କିଣିବାକୁ ଆସୁଥିବା ଲୋକମାନେ ଗାଡି ମୋଟର ରଖି ମାଛ କିଣିବା ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଯାତାୟତରେ ବାଧା ଉପୁଜୁଛି ଫଳରେ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କୁ ଅପେକ୍ଷା କରିବାକୁ ପଡେ। ଉକ୍ତ ରାସ୍ତା ଦେଇ ଗଞ୍ଜାମ କଲେଜ, ଗ୍ୟାସ୍ ଡିପୋ, ରେଳଷ୍ଟେସନ, ବ୍ଳକ୍ ଓ ତହସିଲ କାର୍ଯ୍ୟାଳୟ ସଂଯୋଗ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଉକ୍ତ ନବନିର୍ମିତ ମାଛ ମାର୍କେଟ କେବେ କାର୍ଯ୍ୟକାରୀ ହେବ ସନ୍ଦେହରେ ମାଛ ବ୍ୟବସାୟୀ ଓ ସହରବାସୀ। ବର୍ଷା ଦିନ ହୋଇଥିବା ହେତୁ ପୁରୁଣା ମାଛ ମାର୍କେଟଟି ପାଣି ଜମି କାଦୁଅରେ ପରିପୂର୍ଣ ହୋଇଯିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଅଛି। ଲୋକମାନେ ପାଣି କାଦୁଅରେ ଠିଆ ହୋଇ ମାଛ, କଙ୍କଡା, ଚିଙ୍ଗୁଡ଼ି ଆଦି କିଣିବାକୁ ବାଧ୍ୟ ହେଉଛନ୍ତି। ବିକାଶର ଡିଣ୍ଡିମ ପିଟୁଥିବା ଗଞ୍ଜାମ ବିଜ୍ଞାପିତ ଅଞ୍ଚଳର ଏପରି ଅନେକ ଅକୁହା କଥା ରହିଛି। କେବେ ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ ହୋଇଥିବା ସର୍ବସାଧାରଣ ଶୌଚାଳୟ କାମରେ ଆସୁଥିବା ନଥିବା ବେଳେ ଆଉ କେବେ ଲକ୍ଷ ଲକ୍ଷ ଟଙ୍କାର ନୂତନ ମାଛ ବଜାର କାମରେ ଆସୁନାହିଁ। ବିଜ୍ଞାପିତ ଅଞ୍ଚଳ ପରିଷଦର ଏଭଳି ଅନେକ ନୀରବଦ୍ରଷ୍ଟା ନୀତି ଯୋଗୁଁ ଜନସାଧାରଣ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏନଏସି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା କହିଛନ୍ତି ନିର୍ମାଣ କାର୍ଯ୍ୟ ସରିଛି ଓ ଠିକାଦାର ଚାବି ହସ୍ତାନ୍ତର ମଧ୍ୟ କରିଛନ୍ତି କିନ୍ତୁ କାର୍ଯ୍ୟକ୍ଷମରେ ବିଳମ୍ୱ କାହିଁକି ହେଉଛି ସେ ଜାଣିନଥିବା କହିଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories