www.samajalive.in
Monday, December 8, 2025
27.1 C
Bhubaneswar

ଫାଇଲେରିଆ ରୋଗ ସଚେତନତା କାର୍ଯ୍ୟକ୍ରମ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର୍ କ୍ଲଷ୍ଟର ଅଧୀନସ୍ଥ ସରକାରୀ (ଅନୁସୂଚିତ ଜାତି ଓ ଜନଜାତି) ଉଚ୍ଚ ବିଦ୍ୟାଳୟରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏମଡ଼ିଏ (ଫାଇଲେରିଆ ରୋଗର ନିରାକରଣ) ସଚେତନତା ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବଳମ, ଗିରିଶ୍ଚନ୍ଦ୍ରପୁର, କିସିଣ୍ଡା ଏବଂ ପାଣିମୋରା କ୍ଲଷ୍ଟରର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୪୨ ଜଣ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ୍ ଦିଆଯାଇଥିଲା। ଏହା ସହିତ ଗିରିଶ୍ଚନ୍ଦ୍ରପୂର ସିଆରସିସି ଲୋକନାଥ ସାମଲଙ୍କ ନିଜସ୍ଵ ଉଦ୍ୟମରେ ଓସେପା ଭୁବନେଶ୍ୱରଙ୍କ ନିର୍ଦ୍ଦେଶନାମା ଅନୁସାରେ ଡାଇରିଆ ରୋଗର ନିରାକରଣ ସମ୍ବନ୍ଧରେ ସଚେତନତା ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୟୁନିସେଫର ୱାସ ପରାମର୍ଶଦାତା ଗଣେଶରାମ ପଣ୍ଡା ଡାଇରିଆ ନିରାକରଣ ବିଷୟରେ ତାଲିମ୍ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନାକଟିଦେଉଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ଏବିଇଓ ଶ୍ୟାମସୁନ୍ଦର ଦାସ୍, ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇଙ୍କ ସମେତ ସିଆରସିସି ଅଜିତ୍ କୁମାର ପ୍ରଧାନ, କେଦାରସନ୍ ସାହୁ, କେଦାର ବେହେରା ଏବଂ ଅସ୍ଵସ୍ଥମା ଗଡତିଆ ଯୋଗ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories