ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଅନ୍ୟତମ ବୃହତ୍ତମ ଗ୍ରାମ ଲଇଡାର ଆଖପାଖ ପଞ୍ଚାୟତକୁ ନେଇ ଲଇଡାରେ ନୂତନ ବ୍ଲକ ପ୍ରତିଷ୍ଠା କରାଯିବା। ରେଙ୍ଗାଲି ବ୍ଲକର ସୀମାନ୍ତରେ ଥିବା ମାନେଶ୍ଵର ଓ ଧନକଉଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ନେଇ ରେଙ୍ଗାଲିରେ ନୂତନ ସବ୍-ଡିଭିଜନ୍ ପ୍ରତିଷ୍ଠା ପାଇଁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ପଟୁଆ, ପୂଜ୍ୟପୂଜା ସଂସଦର ସଭାପତି ସରୋଜ ପୂଜାରୀ ଆଜି ରେଙ୍ଗାଲି ଗସ୍ତରେ ଆସିିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ଲଇଡା ଅଞ୍ଚଳବାସୀଙ୍କ ସ୍ୱାକ୍ଷରିତ ଦାବୀପତ୍ର ପ୍ରଦାନ କରିଛନ୍ତି। ଉପରୋକ୍ତ ଦାବୀ ବ୍ୟତିଟି ରେଙ୍ଗାଲି ତହସିଲ ଛକରେ ଫ୍ଲାଇ ଓଭର୍ ନିର୍ମାଣ ପାଇଁ ମଧ୍ୟ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ଦାବୀପତ୍ରରେ ଲଇଡା ଆଖପାଖ ପଞ୍ଚାୟତର ଜନସାଧାରଣ ତଥା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସ୍ଵାକ୍ଷର ରହିଛି।
Popular Categories



