ମୈଦଲପୁର ସୁଧୁରି ପାରୁନି ପାଣି ସମସ୍ୟା, ଲୋକେ ହନ୍ତସନ୍ତ

ମୈଦଲପୁର: ଆଗକୁ ଖରାଦିନ ଆସୁଥିବାରୁ ଶୀଘ୍ର ନଳକୂପ ମରାମତି କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଳପୁର ପଂଚାୟତ ର ସଦରମହକୁମାରେ। ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି। ଏହି ସମସ୍ୟା ବାରମ୍ବାର ଲାଗି ରହୁଥିଲେ ମଧ୍ୟ କାହାର ଦେଖା ମିଳିନଥିବା କିମ୍ବା ସରକାରୀ ବାବୁମାନେ ସମସ୍ୟାର ସମାଧାନ କରୁନାହାନ୍ତି। ପାଇପ ଅଛି କିନ୍ତୁ ପାଣି ଆସୁନି, ନଳକୂପ ଅଛି କିନ୍ତୁ ମୈଦଲପୁର ବସଷ୍ଟାଣ୍ଡ ନିକଟରେ ଥୀବା ନଳକୂପରୁ ପାଣି ପିଇବା ଅସମ୍ଭବ କାରଣ ପାଣିଟି ଦୂଷିତ ବାହାରୁଚି ଆଉ ମୈଦଲପୁର ତଳସାହିରେ ଥିବା ନଳକୂପ ଅଛି କିନ୍ତୁ ତାହା ଅଚଳ। ଏମିତିରେ ମୈଦଲପୁର ସଦରମହକୁମାର ଅନ୍ତର୍ଗତ ମହାରଣା ସାହିରେ ୩୦ ପରିବାରର ୧୦୫ରୁ ଅଧିକ ଲୋକେ ବସବାସ କରୁଥିବା ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ପାଣି ପାଇଁ।

ମଇଦଳପୁର ସଦରମହକୁମାର ମହାରଣାସାହି ଏବଂ ତଳସାହିରେ ୭୫ ପରିବାର ପ୍ରାୟ ୪୫୦ ଜଣ ଲୋକେ ବର୍ଷ ତମାମ ଏହି ସମସ୍ୟାରେ ଅଛନ୍ତି। ସ୍ଥାନୀୟ ସରପଞ୍ଚ ଏହି ବିଷୟରେ ସମ୍ପୂର୍ଣ ଭାବେ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି।

Comments are closed.