www.samajalive.in
Saturday, December 6, 2025
14.1 C
Bhubaneswar

ବିପର୍ଯ୍ୟସ୍ତ ରାସ୍ତା, ଅସରାଏ ବର୍ଷାରେ ଜମୁଛି ପାଣି

ସିମୁଳିଆ: ସିମୁଳିଆ ବ୍ଳକର ବରି-ବାଟି ମାଗୁରଗଡ଼ିଆ ରାସ୍ତାଟି ଦୀର୍ଘ ବର୍ଷ କାର୍ଯ୍ୟ ହୋଇ ନ ଥିବାରୁ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇ ବିପର୍ଯ୍ୟସ୍ତ ହୋଇପଡିଛି। ଅସରାଏ ବର୍ଷା ହେଲେ ଏହି ରାସ୍ତା ଉପରେ ପାଣି ଜମି ଯାଉଥିବାରୁ ଯାତାୟତ ନିମନ୍ତେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସୁଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ବରି ପଞ୍ଚାୟତର ମାଗୁରଗଡ଼ିଆ ଗ୍ରାମରେ ଥିବା ବରି-ବାଟି ୨କିମିରୁ ଉର୍ଦ୍ଧ୍ବ ରାସ୍ତାଟି ଆଜକୁ ୩ ବର୍ଷ ହେବ ମୋହରମ ଦୂରର କଥା ମାଟି ଝୁଡ଼ିଏ ପଡି ନାହିଁ। ଯାହା ଫଳରେ ଅସରାଏ ବର୍ଷାରେ ରାସ୍ତାଟି ଏବେ ମରଣଜନ୍ତା ପାଲଟିଛି। କୁନିକୁନି ପିଲାମାନେ ଅଙ୍ଗନବାଡି, ସ୍କୁଲ ଏବଂ ଗ୍ରାମବାସୀ ମାନେ ଏହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହୋଇପଡ଼ିଛି। ଗ୍ରାମର କିଛି ଅସୁବିଧା ହେଲେ କିମ୍ବା ରୋଗୀ ସେବା ନିମନ୍ତେ ୧୦୮ଆମ୍ବୁଲାନ୍ସ ଓ ଦମକଳ ଗାଡି ଆସିବା ଅସମ୍ଭବ ହୋଇପଡ଼ିଛି। ଏହି ରାସ୍ତା ଉପରେ ବରି ଓ ବାଟି ଦୁଇଟି ପଞ୍ଚାୟତର ଜନସାଧାରଣ ଯିବା ଆସିବା ନିମନ୍ତେ ନିର୍ଭର କରିଥାନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏଯାବତ ତାହା ସମାଧାନ ହୋଇପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories