www.samajalive.in
Saturday, December 6, 2025
16.1 C
Bhubaneswar

ଧାମରାରେ ଆଳୁ ପିଆଜ ମହଙ୍ଗା, ଆଳୁ ୪୫କୁ ପିଆଜ ୪୦

ଧାମରା: ଧାମରା ଅଂଚଳରେ ଆଳୁ ପିଆଜ ଦର ମହଙ୍ଗା ହୋଇ ପଡ଼ିଥିବା ବେଳେ ଏହାକୁ ରୋକ ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି। ପ୍ରାପ୍ତ ଖବର ଅନୁଯାୟୀ ଧାମରା, ବାଂଶଡା, କଇଥଖୋଲା, କରଞମାଳ, କରଣପଲ୍ଲୀ ଅଂଚଳରେ ଦୋକାନୀଙ୍କ ପାଖରେ ପ୍ରଚୁର ପରିମାଣରେ ଆଳୁ ପିଆଜ ଷ୍ଟକ ନଥିବା ବେଳେ ସଂପୃକ୍ତ ଦୋକାନୀ ମାନେ ଗରାଖ ମାନଙ୍କୁ ନିଜ ଇଛା ଅନୁସାରେ ବିକ୍ରି କରୁଛନ୍ତି। ଏହି ସମସ୍ତ ବଜାରରେ ଆଜି ଆଳୁ କିଲୋ ପ୍ରତି ୪୦ରୁ ଆରମ୍ଭ କରି ୪୫ଟଙ୍କା ପ୍ରତି ବିକ୍ରି କରୁଥିବା ବେଳେ ପିଆଜ କିଲୋ ପ୍ରତି ୪୦ଟଙ୍କା ଦରରେ ବିକ୍ରି କରୁଛନ୍ତି। ଯୋଗାଣ ବିଭାଗ ଅଧିକାରୀ ଲିଙ୍ଗରାଜ ଦାସଙ୍କ ନେତୃତ୍ୱରେ ଏକ ସ୍କାର୍ଡ ରେ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଚାନ୍ଦବାଲିରେ ଥିବା ସମସ୍ତ ହୋଲସେଲରଙ୍କ ଦୋକାନରେ ଚଢାଉ କରିଥିବା ବେଳେ ସଂପୃକ୍ତ ହୋଲସେଲର ମାନଙ୍କୁ ହୋଲସେଲର ଦର ଆଳି କିଲୋ ପିଛା ୨୮ଟଙ୍କା ଏବଂ ଏବଂ ଖୁଚୁରା ପାଇକାରୀ ଦର ୩୨ରୁ ୩୩ଟଙ୍କା ବିକ୍ରି କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ହୋଲସେଲର ଚାନ୍ଦବାଲିରୁ ଆସି ଧାମରା ଅଂଚଳରେ ଆଳୁ ପିଆଜ ଯୋଗାଉ ଥିବା ବେଳେ କେଉଁ ପରିସ୍ଥିତିରେ ଏହି ସମସ୍ତ ଅଂଚଳରେ ନିଜ ମନଇଛାରେ ବିକ୍ରି କରୁଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡ଼ିଛି। ଯୋଗାଣ ବିଭାଗ କେବଳ ଚାନ୍ଦବାଲିରେ ସମସ୍ତ ହୋଲସେଲରଙ୍କ ଗୋଦାମରେ ଚଢାଉ କରୁଥିବା ବେଳେ ଧାମରା ଅଂଚଳ ପ୍ରତି କେବେ ଦୃଷ୍ଟି ଦେବେ ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତୁରନ୍ତ ଏହି ସମସ୍ତ ଅଂଚଳକୁ ବ୍ୟାପକ ଆଳୁ ପିଆଜ ଯୋଗାଇ ଦେବା ସହ ସମସ୍ତ ରିଟେଲର ଏବଂ ହୋଲସେଲରେ ଦୋକାନ ମାନଙ୍କରେ ଚଢାଉ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories