ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟସମିତି, ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଏବଂ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଳା ଏଚ୍.ଆଇ.ଭି/ଏ.ଡ୍.ସ୍. ସୁପରଭାଇଜର୍ ଦେବାଶିଶ ମିଶ୍ର ଯୋଗଦେଇ ଏଚ୍.ଆଇ, ଭି ସଂକ୍ରମଣ ର ମୂଖ୍ୟ ମାଧ୍ୟମ ଗୁଡିକୁ ଉପସ୍ଥସପନା କରିବା ସହିତ ସଚେତନତା ହିଁ ଏହି ସଂକ୍ରମଣକୁ ରୋକି ପାରିବ ବୋଲି କହିଥିଲେ। ସମନ୍ୱିତ ରକ୍ତ ପରୀକ୍ଷା ପରାମର୍ଶ କେନ୍ଦ୍ର-୨ର ପରାମର୍ଶ ଦାତା ଗୋବିନ୍ଦ ଚନ୍ଦ୍ର ଜେନା, ରକ୍ତଦାନ ସମିତିର ସହ ସଂପାଦକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ସଂକ୍ରମଣ ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ତରଫରୁ ଚିହ୍ନଟିକରଣ ଠାରୁ ଆରମ୍ଭକରି ଚିକିତ୍ସା ପର୍ଯ୍ୟନ୍ତ ଥିବା ବ୍ୟବସ୍ଥା ଗୁଡିକୁ ଜଣାଇବା ସହ ରକ୍ତଭଣ୍ଡାରରେ ଥିବା ବ୍ୟବସ୍ଥା କଥା ମଧ୍ୟ କହିଥିଲେ। ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ଲକ୍ଷଭେଦି ପ୍ରକଳ୍ପର କାର୍ଯଧାରା ବିଷୟରେ ଅଲୋକପାତ କରିଥିଲେ। ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରାମର୍ଶ ଦାତା ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଚକାପାଦ, ଫିରିଙ୍ଗିଆ, ଖଜୁରିପାଡା ଓ ଫୁଲବାଣୀ ବ୍ଲକ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବା ବେଳେ ସିତା ରଣା, ସ୍ମୃତିରେଖା ନାୟକ, ଶୁବାସିନି ବେହେରା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମିଲି ସାହାଣି, ପ୍ରିୟଙ୍କା ନାୟକ, ଦିତିକା ପ୍ରଧାନ ଓ କିନ୍ନର ବିଷ୍ଣପ୍ରିୟା ପ୍ରଧାନ ପରିଚାଳନା ରେ ସହେଯାଗ କରିଥିଲେ।
Popular Categories



