www.samajalive.in
Sunday, December 7, 2025
26.1 C
Bhubaneswar

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ଫୁଲବାଣୀ: ପକାରୀ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରାମ୍ବୁ ଗୁଡାରେ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରାମ୍ବୁ ଗୁଡାରେ ବିଦ୍ୟାଳୟ ଗୃହ କୋଠରୀ ସହ ରୋଷେଇ ଘର ଅଫିସ ଗୃହ ସହ ସମସ୍ତ ବ୍ୟବସ୍ଥା ଅଛି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସହ ଜଣେ ଶିକ୍ଷୟତ୍ରୀ ମଧ୍ୟ ନିଯୁକ୍ତି ପାଇଛନ୍ତି। ତେବେ ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷୟତ୍ରୀ ଦିନ ୧୧ଟାରେ ପହଞ୍ଚି ଦିନ ୩ଟା ହେଉକି ମନଇଚ୍ଛା ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ହେଉଥିଲା ଏବଂ ବିଦ୍ୟାଳୟରେ ପୂର୍ବରୁ ମଧ୍ୟ ୩ ଥର ବନ୍ଦ ଥିବା ବେଳେ ପୂର୍ବରୁ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ପରିସରରୁ ଫୋନ କରି ସୂଚନା ଦିଆଯାଇଥିଲା। ତେବେ ପୁଣି ଥରେ ଗତକାଲି ସକାଳ ୯ଟାରେ ମଧ୍ୟ ବିଦ୍ୟାଳୟରେ ତାଲା ପଡିଥିବା ସହ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ନଥିଲେ। ବାରମ୍ବାର ଏଭଳି ଘଟଣା ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରେଣୁବାଳା ପତିଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟରେ ପାଠ ପଢାଇ ଫେରିଥିବା କହିଛନ୍ତି ଓ ଏମିତି କି ବିଦ୍ୟାଳୟରେ କେତେଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ତାହା ମଧ୍ୟ ଠିକ ଭାବରେ କହି ପାରୁ ନଥିବା ବେଳେ ବିଦ୍ୟାଳୟରେ ସମସ୍ୟା ଥିବାରୁ ଗାଁ ଲୋକେ ତାଲା ଖୋଲୁ ନଥିବା କହିଛନ୍ତି। ଗ୍ରାମର କିଛି ମହିଳାଙ୍କୁ ପଚାରିବାରୁ ଦିଦି ନିଜ ଇଚ୍ଛାରେ ଆସୁଛନ୍ତି ଓ ନିଜ ଇଚ୍ଛାରେ ଯାଉଛନ୍ତି ବୋଲି କହିଛନ୍ତି। ଆଜି ମଧ୍ୟ ସ୍କୁଲକୁ ଆସି ପାଠ ନପଢେଇ ଫେରିଥିବା କହିଛନ୍ତି। ତେବେ ଏହି ଘଟଣା ରେ ସ୍ଥାନୀୟ ସି ଆର ସି ଦିଲୀପ ବେହେରାଙ୍କୁ ପଚାରିବାରୁ ସେ ମଧ୍ୟ କିଛି ଜାଣି ନଥିବା ଓ ମୁ ନୁଆରେ ଆସିଛି ବୋଲି କହିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories