www.samajalive.in
Saturday, December 6, 2025
14.1 C
Bhubaneswar

ଧୋଇଗଲା ସାକୁଶିଙ୍ଗା ନାଳ ଆପ୍ରୋଚ୍‌‌ ରାସ୍ତା, ଯୋଗାଯୋଗ ବିଛିନ୍ନ

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ଧଳପୁର –ହରଭଙ୍ଗା ଜଗନ୍ନାଥ ସଡକର ସାକୁସିଙ୍ଗା ନାଳ ଉପରେ ନିର୍ମାଣ ହୋଇଥିବା ଆପ୍ରୋଚ୍‌‌ ରାସ୍ତା ଧୋଇ ହୋଇ ଯାଇଥିବା ଜଣାପଡ଼ିଛି। ଯାହା ଫଳରେ ଗତ ସୋମବାର ରାତିରୁ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ରାସ୍ତାଟି ବନ୍ଦହୋଇ ପଡ଼ିବା ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଧଳପୁର ପାର୍ଶ୍ବରୁ ଆଠମଲ୍ଲିକ –ହରଭଙ୍ଗା ଅଂଚଳକୁ ଯାତାୟତ ଠପ୍‌‌ ହୋଇଯାଇଛି। ପ୍ରକାଶ ଯେ ପୂର୍ତବିଭାଗ ପକ୍ଷରୁ ଧଳପୁର-ହରଭଙ୍ଗା ଜଗନ୍ନାଥ ସଡକର ସାକୁଶିଙ୍ଗା ନାଳ ଉପରେ ଏକ ନୂତନ ପୋଲ ନିର୍ମାଣ ପାଇଁ ଗତ କିଛିମାସ ତଳେ ନିର୍ମାଣକାର୍ଯ୍ୟ ଠିକାସଂସ୍ଥା ଆରମ୍ଭ କରିଥିଲା। ମାତ୍ର ପୋଲ ନିର୍ମାଣକାର୍ଯ୍ୟ ପୂର୍ବରୁ ଠିକାସଂସ୍ଥା ପକ୍ଷରୁ ବିନା ସୂଚନା ଫଳକରେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ମନଇଛା କାର୍ଯ୍ୟ ଚଳେଇଥିଲା। ଦୀର୍ଘଦିନ ଧରି ପୋଲକାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିବାରୁ ବର୍ଷା ଦିନେ ଆପ୍ରୋଚ୍‌‌ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବା ନିଶ୍ଚିତ ବୋଲି ଆଶଙ୍କା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ସରୋଜ ପ୍ରଧାନ ଗତ ଏକ ମାସ ତଳେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତୁରନ୍ତ ଆପ୍ରୋଚ ରାସ୍ତାକୁ ସଠିକ ଢଙ୍ଗରେ ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତରବରିଆ ଭାବେ ଛୋଟ ଛୋଟ ହୋମ ପାଇପ୍‌‌ ସାହାଯ୍ୟରେ ଦୁଇ ପାର୍ଶ୍ବରେ ମାଟି ପକାଯାଇ ଆପ୍ରୋଚ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ଗତକାଲି ରାତିରୁ ହରଭଙ୍ଗା ଅଂଚଳରେ ଅବିସ୍ରାନ୍ତ ବର୍ଷା ପ୍ରଭାବରେ ସାକୁଶିଙ୍ଗା ନାଳ ପାଣି ହୋମପାଇପରେ ନିଷ୍କାସନ ହେବା କଷ୍ଟକର ହୋଇପଡ଼ିଥିଲା।ଯାହା ଫଳରେ ଆପ୍ରୋଚ ରାସ୍ତାରେ ୫/୬ଫୁଟ ପାଣି ଜମିବା ସହିତ ଆପ୍ରୋଚ ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories