www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆମରଣ ଅନଶନ କରିବି: ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଯାଜପୁର: ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ହକ୍ ପାଇଁ ମୁଁ ସମର୍ପିତ। ସେମାନଙ୍କ ହକ୍‌ର ଲଢେଇରେ ମୁଁ ସାମିଲ ଅଛି ଓ ସେମାନଙ୍କ ସହିତ ରହିଛି। ଆବଶ୍ୟକ ପଡ଼ିଲେ ମୁଁ ଆମରଣ ଅନଶନ କରିବି। ଏହା କହିଛନ୍ତି ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ସୁକିନ୍ଦା ରିଜିୟନ କ୍ରୋମାଇଟ୍ ଖାଦାନ ମଜଦୁର୍ ସଂଘର ସଭାପତି ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଡେକୋ ଓ କେସିସି ସଂସ୍ଥା ଅଧିନରେ କାର୍ଯ୍ୟରତ ଖଣି ଶ୍ରମିକମାନଙ୍କ ନାର୍ଯ୍ୟ ଦାବିକୁ ନେଇ ଆନ୍ଦଳୋନ ଦ୍ୱିତୀୟ ଦିନରେ ପହଞ୍ଚିଛି। ବିଭିନ୍ନ ଦାବି ହାସଲ ପାଇଁ କର୍ମଚାରୀ ଓ ଶ୍ରମିକମାନେ ଦୁଇଦିନ ଧରି ଆନ୍ଦୋଳନ କରୁଛନ୍ତି। ମଙ୍ଗଳବାର ଆନ୍ଦଳୋନରେ ଯୋଗ ଦେଇ ଇଂ ଘଡ଼ାଇ ଚେତାବନୀ ଦେଇ କହିଛନ୍ତି, ଶ୍ରମିକମାନଙ୍କ ଦାବି ଯଥାର୍ଥ ଓ ତାହା ଯଥାଶୀଘ୍ର ପୂରଣ ହେଉ। ନଚେତ୍ ମୁଁ ଆମରଣ ଅନଶନ କରିବାକୁ ବାଧ୍ୟ ହେବି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories