www.samajalive.in
Sunday, December 7, 2025
23.1 C
Bhubaneswar

୪ ହଜାର ଟଙ୍କା କମିଲା ସୁନା ଦାମ୍

ନୂଆଦିଲ୍ଲୀ : ମଙ୍ଗଳବାର ସାଧାରଣ ବଜେଟରେ ସୁନା-ରୂପାକୁ ନେଇ ବଡ ଘୋଷଣା କରାଯାଇଛି । ଏହାପରେ ଅଚାନକ ସୁନା ଦାମରେ ବଡ ହ୍ରାସ ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମାପ୍ତ ହେଉ ହେଉ ସୁନା ଦାମ୍ ପ୍ରାୟ ୪ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଖସିଆସିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଭାଷଣରେ ସୁନା ରୂପା ସମେତ ଅନ୍ୟ ମେଟାଲ୍ସରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ସରକାର ସୁନା ଓ ରୂପାରେ ପୂର୍ବରୁ ଲାଗୁ ଥିବା କଷ୍ଟମ ଡ୍ୟୁଟି କମ୍ କରି ଏବେ ୬ ପ୍ରତିଶତ କରିଦେଇଛନ୍ତି । ଏହି ନିଷ୍ପତ୍ତିର ପ୍ରଭାବ ସୁନା ଦାମରେ ଦେଖିବାକୁ ମିଳିଛି । ସୁନା ଦାମ୍ ୪ ହଜାର ଟଙ୍କା ଶସ୍ତା ହୋଇଯାଇଛି । ସେହିଭଳି ରୂପା ଦାମରେ ମଧ୍ୟ ଏହାର ପ୍ରଭାବ ପଡିଛି । ମଙ୍ଗଳବାର ସୁନା ଦାମ୍ ୭୨,୮୫୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । କିନ୍ତୁ ବଜେଟ ଭାଷଣ ପରେ ଦାମ୍ ୬୮,୫୦୦ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସିଆସିଛି । ଏହି ଅନୁସାରେ ମାତ୍ର କିଛି ଘଣ୍ଟାରେ ସୁନା ଦାମ୍ ୪,୩୫୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଖସିଆସିଛି । ସେହିଭଳି ରୂପା ଦାମ୍ ମଧ୍ୟ ୮୯,୦୧୫ ଟଙ୍କା ପ୍ରତି କିଲୋରୁ ୪,୭୪୦ ଟଙ୍କା ଶସ୍ତା ହୋଇ ୮୪,୨୭୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି ।

କେନ୍ଦ୍ର ସାଧାରଣ ବଜେଟ୍‌ ; ସୁନା,ରୁପା ଓ ପ୍ଲାଟିନମ୍‌ ପାଇଁ ବଡ ଘୋଷଣା

- Advertisement -

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories