www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ର ସାଧାରଣ ବଜେଟ୍‌ ; ସୁନା,ରୁପା ଓ ପ୍ଲାଟିନମ୍‌ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ :  ଲୋକସଭାରେ ମଙ୍ଗଳବାର ପୂବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪ -୨୫ର କେନ୍ଦ୍ର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । ସୁନା, ରୁପା ଓ ପ୍ଲାଟିନମ୍‌ ଉପରେ ସୀମା ଶୁଳ୍କ ୬%କୁ ହ୍ରାସ କରାଯିବା ପ୍ଲାଟିନମ୍‌ ଉପରୁ ସୀମା ଶୁଳ୍କ ୬.୪% ହ୍ରାସ କରାଯିବ ନେଇ ବଜେଟ୍‌ ରେ ଘୋଷଣା କରାଯାଇଛି । ମୋବାଇଲ୍‌ ଫୋନ୍‌ ଓ ଚାର୍ଜର ଉପରେ ସୀମା ଶୁଳ୍କ ୧୫% ହ୍ରାସ ସହ ଆଉ ୩ ପ୍ରକାର କ୍ୟାନସର ଔଷଧ ଉପରେ ମଧ୍ୟ ଶୁଳ୍କ ଛାଡ ନେଇ ଘୋଷଣା କରାଯାଇଛି।

ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତ ଏବଂ ପ୍ଲାଟିନମ୍‌ ରେ ୬.୪ ପ୍ରତିଶତ ହ୍ରାସ ପାଇବ।

- Advertisement -

ସାଧାରଣ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମୋବାଇଲ୍ ଫୋନ୍ ଏବଂ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଛି । ମୋବାଇଲ୍ ଫୋନ୍ ଏବଂ ମୋବାଇଲ୍ ଚାର୍ଜର୍ ଉପରେ ସୀମା ଶୁଳ୍କ ହ୍ରାସ ପାଇବ । ମୋବାଇଲ୍ ଫୋନ୍ ଏବଂ ମୋବାଇଲ୍ ଚାର୍ଜର୍ ଶସ୍ତା ହେବ।

କର୍କଟ ରୋଗୀଙ୍କ ପାଇଁ ଆଉ ୩ ପ୍ରକାର ଔଷଧ ଉପରେ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରାଯିବ।

ମାଗଣା ସୋଲାର ବିଦ୍ୟୁତ ଯୋଜନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ‘ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ ହୋଇଛି । ଯେଉଁଥିରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଯିବ, ଯେଉଁଥିପାଇଁ ୧ କୋଟି ପରିବାର ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇପାରିବେ । ପ୍ରତି ମାସରେ ମାଗଣା ବିଦ୍ୟୁତ୍ , ଏହି ଯୋଜନା ଏହାକୁ ଆହୁରି ପ୍ରୋତ୍ସାହିତ କରିବ।

କେନ୍ଦ୍ର ସାଧାରଣ ବଜେଟ୍‌ ; ନୂଆ ନିଯୁକ୍ତିଙ୍କ ପାଇଁ ବଡ ଘୋଷଣା..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories