www.samajalive.in
Saturday, December 6, 2025
14.1 C
Bhubaneswar

ଆନୁଷ୍ଠାନିକ ପ୍ରସବରେ ମା’ ଗୃହର ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଫୁଲବାଣୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ଉତ୍ସବ ଏବଂ ରଥଯାତ୍ରା ଅବସରରେ ଏକ ଅଭିଯାନ ଗର୍ଭବତୀ ମା’ ପାଇଁ ଫଳ ଗଛଟିଏର ଶୁଭାରମ୍ଭ ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ସ୍ଥିତ ମା’ ଗୃହଠାରେ ଶୁଭାରମ୍ଭ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ପରିଚାଳିତ ଉକ୍ତ ମା’ ଗୃହରେ ଏହି ଅବସରରେ ଆନୁଷ୍ଠାନିକ ପ୍ରସବରେ ମା’ ଗୃହର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସମାଜର ଜିଲା ପ୍ରତିନିଧି ଅଶୋକ ମହାନ୍ତି, ଅନୁଷ୍ଠାନର କୋଷାଧ୍ୟକ୍ଷ ଶାନ୍ତନୁ ମିଶ୍ର, ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ, ସନ୍ତୋଶ କୁମାର ମିଶ୍ର, ସସ୍ମିତା ବେହେରା ପ୍ରମୁଖ ଯୋଗଦେଇଥିଲେ। ଗର୍ଭବତୀ ମା’ ମାନଙ୍କ ନାମରେ ଫଳ ଗଛ ରୋପଣ କରାଗଲା ଓ ଉପସ୍ଥିତ ଗର୍ଭବତୀ ମା’ ମାନେ ନିଜର ଖୁସି ବ୍ୟକ୍ତ କରି ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ଅଭିଯାନ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଫୁଲବାଣୀ, ଟିକାବାଲି ଓ ଫିରିଙ୍ଗିଆ ଅଂଚଳରେ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ସମସ୍ତ ମା’ ଗୃହ ମାନଙ୍କରେ କରାଯିବ ବୋଲି ସ୍ୱାତୀ ଅନୁଷ୍ଠାନର ସଂପାଦକ ଇଂ ହରିଶଙ୍କର ରାଉତ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories