www.samajalive.in
Saturday, December 6, 2025
14.1 C
Bhubaneswar

ହରଡଯୋର୍ ଏବଂ ପୁରୁଣା ରାଞ୍ଚିରୋଡ୍ ପାର୍ଶ୍ବରେ ବେଆଇନ କାରଖାନା ପାଉଁଶ ଡମ୍ପିଂ; କାର୍ଯ୍ୟାନୁଷ୍ଠାନ ଦାବି

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ କୁସୁମଡିହି-ନାଏକପଡା ମଝିରେ ପ୍ରବାହିତ ହରଡଯୋର୍ ନାଳା ଏବଂ ପୁରୁଣାରାଞ୍ଚି ରୋଡର କୁସୁମଡିହି ପାଖଦେଇ ଯାଇଥିବା ପୁରୁଣା ରାଞ୍ଚିରୋଡ୍ ପାର୍ଶ୍ବରେ ବେଆଇନ୍ ଭାବରେ କାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ଡମ୍ପିଂ କରାଯାଉଥିବାରୁ ଅଞ୍ଚଳର ପରିବେଶ ପ୍ରଦୂଷିତ ହେଉଛି । ଅଞ୍ଚଳର ଜୀବନରେଖା କୁହାଯାଉଥିବା ଚିରସ୍ରୋତା ହରଡଯୋର୍ କାରଖାନାର ପାଉଁଶରେ ପୋତି ହେବାରେ ଲାଗିଛି। ଏହି ପ୍ରକ୍ରିୟା ଜାରି ରହିଲେ ହରଡଯୋର୍ ସମତଳ ପଡ଼ିଆରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି। ଜିଲାପାଳ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପ୍ରତି ଦୃଷ୍ଟିଦେଇ ପାଉଁଶ ଡମ୍ପିଂ ବନ୍ଦ କରିବା ସହିତ ବେଆଇନ୍ ପାଉଁଶ ଡମ୍ପିଂ କରୁଥିବା ସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ସୂଚନାଯୋଗ୍ୟ, ବ୍ରିଟିଶ ଶାସନ କାଳରୁ ନିର୍ମିତ ସମ୍ବଲପୁର ସହର ଉପକଣ୍ଠର ସିନ୍ଦୁରପଙ୍କରୁ ଠେମରା, ପରମାଣପୁର, କୁସୁମଡିହି ଝାଙ୍କରପାଲି ଆଦି ଗ୍ରାମ ଦେଇ ଝାଡଖଣ୍ଡର ରାଜଧାନୀ ରାଞ୍ଚିକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡ ଅବିଭକ୍ତ ସମ୍ବଲପୁର ଜିଲାର ସର୍ବପୁରାତନ ରାସ୍ତା । କେନ୍ଦ୍ର ସରକାର ଏହି ରାସ୍ତାକୁ ଭାରତମାଳା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। କିଛି ପାଉଁଶ ମାଫିଆ ଏହି ରାସ୍ତାର କୁସୁମଡିହି ପାଖ ହରଡଯୋର୍ ନାଳା ଉପରେ ନିର୍ମିତ ପୋଲ ପାର୍ଶ୍ବବର୍ତ୍ତୀ ରାସ୍ତାର ଉଭୟ ପାର୍ଶ୍ବରେ ଅବିଚାରିତ ଭାବରେ କାରଖାନାର ପାଉଁଶ ଡମ୍ପିଂ କରିବା ସହିତ ହରଡଯୋର୍ ତଟରେ ମଧ୍ୟ ପାଉଁଶ ଡମ୍ପିଂ କରୁଥିବାର ଦେଖିବାକୁ ମିଳୁଛି। ହରଡଯୋର୍ ଆଖପାଖ ଅଞ୍ଚଳବାସୀଙ୍କ ଜୀବନ ରେଖା। ତଟବର୍ତ୍ତୀ ଗ୍ରାମର ଅଧିବାସୀ ଏହି ଯୋର୍‌ରେ ସ୍ନାନଶୌଚ ପାଇଁ ନିର୍ଭର କରିବା ସହିତ ନାଳାର ପାଣି ଚାଷ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଜୀବନ ଜୀବିକାର ଆଧାର ହୋଇଥିବା ହରଡଯୋର୍ ପାର୍ଶ୍ବରେ ପାଉଁଶ ଡମ୍ପିଂ ଯୋଗୁଁ ଯୋର୍‌ର ପାଣି ପ୍ରଦୂଷିତ ହେବା ସହ ଏହା ପୋତି ହୋଇଯିବାର ଆଶଙ୍କା ଦେଖାଦେଇଛି ବୋଲି ଶ୍ରୀ ତିୱାରୀ ଉଦବେଗ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପୁରୁଣା ରାଞ୍ଚିରୋଡ ପାର୍ଶ୍ବରେ ପାଉଁଶ ଗଦା କରାଯାଉଥିବାରୁ ଗ୍ରୀଷ୍ମ ଋତୁରେ ପବନରେ ପାଉଁଶ ଉଡ଼ି ବାୟୁ ପ୍ରଦୂଷଣ ହୋଇ ଦୁର୍ଘଟଣାର କାରଣ ସାଜିଛି ବର୍ଷା ପାଣିରେ ପାଉଁଶ ରାସ୍ତା ଉପରକୁ ଆସି ଯାତାୟତରେ ସମସ୍ୟା ସୃଷ୍ଟି କରି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ନଦୀନାଳର ସୁରକ୍ଷା ପାଇଁ ସରକାର ପ୍ରଧାନ୍ୟ ଦେଉଥିବାବେଳେ ପାଉଁଶ ମାଫିଆ ହରଡ଼ ଯୋର୍‌ର ବିନାଶ ପାଇଁ ଏହାର ପାର୍ଶ୍ବରେ ପାଉଁଶ ଡମ୍ପିଂ କରୁଥିବାରୁ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ତିୱାରୀ ଜିଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କଠାରେ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories