www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲକସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର

ଆଠଗଡ: ଆଠଗଡ ଓ ତିଗିରିଆ ବ୍ଲକସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଜେନାପଦା ନୋଡାଲ ହାଇସ୍କୁଲ ପରିସରରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆଠଗଡ ଓ ତିଗିରିଆ ବ୍ଲକର ସମସ୍ତ ରୂପାନ୍ତରିତ ହାଇସ୍କୁଲର ସମସ୍ତ କ୍ରୀଡା ଶିକ୍ଷକ ଓ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଆଠଗଡ ବ୍ଲକର ୨୯ ଜଣ ଓ ତିଗିରିଆ ବ୍ଲକର ୧୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କ୍ରୀଡା ଓ ଜୀବନ କୌଶଳ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଶିବିରରେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ଜେନାପଦା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ କ୍ରୀଡାଙ୍ଗନ କ୍ଲବର ଗୁରୁତ୍ବ, ଆବଶ୍ୟକତା, ଉପାଦେୟତା ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହାର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଆଠଗଡ ବ୍ଲକର ପ୍ରଶିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ତିଗିରିଆ ବ୍ଲକର ପ୍ରଶିକ୍ଷକ ପ୍ରଣବ କୁମାର ସ୍ୱାଇଁ ତିନିଦିନ ଧରି ମୂଲ୍ୟବୋଧଭିତ୍ତିକ ଜୀବନ ଶୈଳୀ ଓ କ୍ରୀଡା କୌଶଳ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories