ବାଙ୍କୀରେ ବନମହୋତ୍ସବ ପାଳିତ

କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପହଁରା ଗ୍ରାମର ପ୍ରସିଦ୍ଧ ଶୈବପୀଠ ଐଶାନେଶ୍ୱର ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମନ୍ଦିର ନିକଟରେ ଥିବା ଲଟା ପୋଖରୀ ପାଶ୍ୱର୍ରେ ଅଁଳା, ବର ଆଦି ବୃକ୍ଷ ରୋପଣ କରାଯାଇଛି। ଆଦର୍ଶ ଯୁବପରିଷଦ ଓ ବାଙ୍କୀ ପରିବେଶ ସମିତିର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅକ୍ଷୟ କୁମାର ସାମଲ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରକୃତିବନ୍ଧୁ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବାଙ୍କୀ ପରିବେଶ ସମିତିର ଆବାହକ ଦୀପକ କୁମାରା ସାମନ୍ତରା, କଟକ ଜନଶିକ୍ଷଣ ସଂଗଠନର ପ୍ରଶିକ୍ଷକ ଲଲାଟେନ୍ଦୁ ପଣ୍ଡା, ଯୁବ ସମାଜସେବୀ ଶୁଭେନ୍ଦୁ କୁମାର ମହାପାତ୍ର ଓ ଗ୍ରାମର ଯୁବକମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଅନ୍ତର୍ଗତ ଢଁସର ଗ୍ରାମପଂଚାୟତର ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ ଜରି ରଖିଛନ୍ତି। ଗ୍ରାମର ସି.ଆର.ପି ଏବଂ ଉତ୍ସାହି ମହିଳାମାନଙ୍କୁ ନେଇ ନିକଟସ୍ଥ ପାହାଡ଼ରେ ବିଭିନ୍ନ ପ୍ରକାରର ମଞ୍ଜି ବୁଣିଛନ୍ତି। ପରିବେଶକୁ ସୁସ୍ଥ ରଖିଲେ ସମାଜ ସୁସ୍ଥ ରହିବ ଏଣୁ ସମାଜର ସବୁଶ୍ରେଣୀର ଲୋକମାନେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ପାଇକରାୟ ଆଶା ପୋଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ବଳରାମ ପାଇକରାୟ ପରିଚାଳନା କରିଥିବା ବେଳେ ସିଆରପି ଜୟନ୍ତୀ ବେଉରା, ଆଶାଲତା ପ୍ରଧାନ, ମନୋରମା ସ୍ୱାଇଁ, ପ୍ରତୀମା ଦାଶ, ବଣୀ ପ୍ରଧାନ, ସବିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.