ଧଳାପଥରରେ ପଟ୍ଟଚିତ୍ର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଉଦଘାଟନ

କଳାପଥର (ବାଙ୍କୀ): ନାବାର୍ଡ ସହାୟତାରେ ଧଳାପଥର ଠାରେ ପଟ୍ଟଚିତ୍ର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଳାପଥର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ହୃଷିକେଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପ୍ରଶିକ୍ଷକ ରମେଶ ରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଧଳାପଥର ସରପଞ୍ଚ ନାରାୟଣ ସାହୁ, ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି, ସମାଜସେବୀ ସନ୍ତୋଷ ତ୍ରିପାଠୀ, ମାଷ୍ଟର ଟ୍ରେନର ଲିଙ୍ଗରାଜ ବେହେରା, ନିଗମ ପରିଚାଳକ ସରୋଜ କୁମାର ସାମଲ, ଦେବରାଜ ସାହୁ, ରମେଶ ଚନ୍ଦ୍ର ରାଉତ, ଭାବଗ୍ରାହୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମର ୫୦ରୁ ଅଧିକ ମହିଳା ତାଲିମ କେନ୍ଦ୍ରରେ ନାମ ପଞ୍ଜିକରଣ କରିଥିବା ବେଳେ ଦୈନିକ ଏହି ଶିକ୍ଷା ଦାନ ଚାଲିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed.