ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନିରାକରଣ ସମ୍ପର୍କିିତ ଆଇନ ସଚେତନତା ଶିବିର

କେନ୍ଦୁଝରଗଡ଼଼: ଜିଲା ଆଇନସେବା ପ୍ରାଧିକରଣ କେନ୍ଦୁଝର ଆନୁକୂଲ୍ୟରେ ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କିିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍‌‌ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ମାମୀ ବେହେରା ଯୋଗଦେଇ ପ୍ରବାସୀ ଶ୍ରମିକମାନେ ନିଜ ସ୍ଥାନ ଛାଡି ଅନ୍ୟତ୍ର ଅଧିକ ରୋଜଗାରକ୍ଷମ ଉଦ୍ଦେଶ୍ୟରେ ସ୍ଥାନାନ୍ତରିତ ହେଉଥିବା ବେଳେ ସରକାରଙ୍କ ପ୍ରଦତ୍ତ ନୀତି ନିୟମକୁ ପାଥେୟ କରି ସ୍ଥାନୀୟ ସରପଞ୍ଚ, ଜିଲା ପ୍ରଶାସନ ଓ ଆଇନ ସେବା ପ୍ରାଧିକରଣକୁ ସୂଚନା ପ୍ରଦାନ କଲେ ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ ହୋଇପାରିବ ବୋଲି କହିଥିଲେ। ଉଦାହରଣ ମାଧ୍ୟମରେ ଅବତାରଣା କରି ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଶ୍ରମିକମାନେ କିଭଳି ପ୍ରାଧିକରଣ ମାଧ୍ୟମରେ ସହାୟତା ପାଇ ପାରୁଛନ୍ତି ସେ ସମ୍ପର୍କରେ ଅବତାରଣା କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଯୋଗଦେଇ ଶ୍ରମିକ ଶୋଷଣ କରୁଥିବା ବିଭିନ୍ନ ଦଲାଲ ଓ ମାଲିକ ମାନଙ୍କ ପାଇଁ ଆଇନର ଦଣ୍ଡବିଧାନ ଏବଂ ନୂତନ ଭାବେ ପ୍ରଣୟନ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ। ସହକାରୀ ଶ୍ରମ ଅଧିକାରିଣୀ ସୁଚିସ୍ମୀତା ପାଣିଗ୍ରାହୀ ଯୋଗଦେଇ ପ୍ରବାସୀ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ। ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଅଭିଭାଷଣ ପୂର୍ବକ ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଆଇନ ସେବା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟ ସମ୍ପର୍କରେ ଅବତାରଣା କରି ସଭାକୁ ପରିଚାଳନା କରିଥିଲେ। ଶେଷରେ ସ୍ଥାନୀୟ ସରପଞ୍ଚ ରମେଶ ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମିତି ସଭ୍ୟା ସରୋଜିନୀ ସାହୁ, ନାଏବ ସରପଞ୍ଚ ଅନୀତା ମୁଣ୍ଡା, ବିଭିନ୍ନ ୱାର୍ଡର ସଭ୍ୟ ସଭ୍ୟାବୃନ୍ଦ, ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନର ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.