ଜାତୀୟ ରାଜପଥରେ ଗୋଠଛଡ଼ା ଦନ୍ତା, ଅଳ୍ପକେ ବର୍ତିଲେ ବାଇକ ଚାଳକ
ପାଟଣା: ପାଟଣା ବନାଞ୍ଚଳ ଇଲାକାରେ ଉପଦ୍ରବ ଜାରି ରଖିଥିବା ଗୋଠଛଡ଼ା ଦନ୍ତାଟି ମଥୁରାପଶି ନିକଟ ଜଙ୍ଗଲରେ ଥିବାବେଳେ ଆଜି ଅପରାହ୍ନରେ ଏହା ୨୦ ନଂ ଜାତୀୟ ରାଜପଥର ପିପିଳିଆ ଘାଟି ମଙ୍ଗଳା ମନ୍ଦିର ନିକଟରେ ରାସ୍ତାର ଅପରପାର୍ଶ୍ଵ ଘଟଗାଁ ବନାଞ୍ଚଳ ଇଲାକାରେ ପ୍ରବେଶ କରିଛି। ରାସ୍ତାରେ ଯାନବାହନ ଚଳ ପ୍ରଚଳ କରୁଥିବା ବେଳେ ହଠାତ ଏହି ଦନ୍ତା ରାସ୍ତା ଉପରକୁ ମାଡି ଆସୁଥିବା ଦେଖି ଜଣେ ବାଇକ ଚାଳକ ହଡ଼ବଡେଇ ଯାଇଥିଲେ ମଧ୍ୟ ବାଇକ ବୁଲାଇ ପିପିଳିଆ ବଜାର ଆଡ଼କୁ ଫେରି ଆସିଥିଲା। କିଛି ଟ୍ରକ ହାତୀକୁ ଦେଖି ଅଟକି ଯିବା ସହ ହାତୀଟି ରାସ୍ତା ପାର କରିବା ପରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି।
Comments are closed.