ସେବା ସଂସ୍ଥାନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ପାତ୍ରପୁର: ପାତ୍ରପୁର ବ୍ଳକ ଖରଣୀ ପଡା ପଞ୍ଚାୟତ ଅମୁଣ୍ଡି ଗ୍ରାମର ଜଣେ ଯୁବକ ସାମ୍ବୁ ମହାନ୍ତି ଦୁଇ ବର୍ଷ ହେଲା ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଉନ୍ନତ ଚିକିତ୍ସା ନିମନ୍ତେ ସେବା ସଂସ୍ଥାନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସଂଘ କର୍ମକର୍ତ୍ତା ମାନେ ତାଙ୍କ ଘରେ ପହଞ୍ଚି ଦଶ ହଜାର ଆର୍ଥିକ ସହାୟତା ଦେବା ସହ ଗୋଟିଏ ଗାଡ଼ି ଭଡା କରି ଶମ୍ବୁଙ୍କୁ ବିଶାଖାପାଟଣା ମେଡିକାଲକୁ ପଠାଇଛନ୍ତି। ସେବା ସଂସ୍ଥାନର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।
Comments are closed.