www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ୱଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର କଟିଲା ଗୋଡ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅର୍ନ୍ତଗତ ଆମ୍ବଝରୀ ଗ୍ରାମରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ୱଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର ଗୋଡ କଟିବା ଭଳି ଏକ ଘଟଣା ଘଟିଯାଇଛି। ମିଳିଥିବା ସୁଚନା ମୁତାବକ ସୋନପୁର ଜିଲ୍ଲା ଟିଟିଲିପାଲି ଗ୍ରାମର କୁଶଲେଶ୍ୱର ବିଭାର (୩୫) ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମର ଭାଗିରଥି ଲୁହାଙ୍କ ଝିଅକୁ ୧୦/୧୨ ବର୍ଷ ହେବ ବିବାହ କରିଥିଲା। ଗତ ଶୁକ୍ରବାର ଦିନ କୁଶେଲେଶ୍ୱର ଶ୍ୱଶୁର ଘରକୁ ଆସି ପାରିବାରିକ କଳହରୁ ପାଟିତୁଣ୍ଡ କରି ଫେରିଯାଇଥିଲା। ପୁଣି ଶନିବାର ଦିନ କୁଶେଲେଶ୍ୱର ଶ୍ୱଶୁର ଘରକୁ ଆସି ଗଣ୍ଡୋଗୋଳ କରିଥିଲା। ଏନେଇ ଶ୍ୱଶୁର ଭାଗିରଥି ରାଗରେ ଜ୍ୱାଇଁର ଡାହାଣ ଗୋଡକୁ ଘର ଗୁହାଳରେ ଏକ କାଠ ଉପରେ ରଖି ଟାଙ୍ଗିଆ ଦ୍ୱାରା ହାଣି ଅଲଗା କରିଦେଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ବଘିଆପଡ଼ା ଫାଣ୍ଡି ପୁଲିସକୁ ଖବର ଦେବା ପରେ ପୁଲିସ ଆସି ଗୁରୁତର ଜ୍ୱାଇଁ କୁଶଲେଶ୍ୱରକୁ ବୌଦ୍ଧ ମେଡିକାଲକୁ ପଠାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଦେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହେବା ସହ ଶଶୁର ଭାଗିରଥିକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories