ଦେବଗିରି ନାଳର ପୋଲ ଉପରୁ ଖସି ବାଳକ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଦେବଗିରି ନାଳ ପୋଲ ଉପରୁ ଖସି ବାଳକ ଚିନ୍ତାଡି ମୁନା (୧୩) ଗୁରୁତର ହୋଇଛି। ଶନିବାର ଅପରାହ୍ନରେ ସଦରମହକୁମାର ମୁଖ୍ୟ ରାସ୍ତା ଠାରୁ ଦେବଗିରି ଯିବା ରାସ୍ତାରେ ଥିବା ପୋଲ ଉପରେ ବସିଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଯାହା ଫଳରେ ପୋଲ ତଳେ ଥିବା ଲୁହା ଛଡ଼ ଜଙ୍ଘରେ ବାଜି ଗଭୀର ଆଘାତ ହୋଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ବିଭାଗର ଏକ ଦଳ ବାଳକକୁ ନାଳପୋଲ ତଳୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହୋଇଥିବା ଯୋଗୁଁ ତାଙ୍କୁ ରାୟଗଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.