ବିନା ସୂଚନା ଫଳକରେ ହେଉଛି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କାମ

ବାଉଁଶୁଣି: ବୌଦ୍ଧ ବ୍ଲକ ତାଲସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲରେ ହୋଇଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କାମ ବିନା ସୂଚନା ଫଳକରେ ହେଉଥିବା ଦେଖିବାକୁ ମିଳିଛି। ଏହା କେଉଁ ବର୍ଷର କାମ କେବେ ସରିବା କଥା, କେତେ ଟଙ୍କାର କାମ, ଠିକାଦାରଙ୍କ ନାମ କଣ ଏହାର ଏକ ସୂଚନା ଫଳକ ଲାଗିବା କଥା। ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କାମ ସରି ପାଚେରୀ କାମ ହେଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଠିକାଦାର କାହିଁକି ସୂଚନା ଫଳକ ଲଗାଉ ନାହାନ୍ତି ଓ ବିଭାଗ ନଜରରେ କାହିଁକି ଆସୁନାହିଁ, ତାହା ଜଣାପଡ଼ୁନାହିଁ।

Comments are closed.