ମହାମାୟୀଙ୍କ ଦ୍ଵିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରାମ ମନ୍ଦିର ନିକଟସ୍ଥ ନାରାୟଣୀ ସାହିରେ ମହାମାୟୀଙ୍କ ଦ୍ଵିତୀୟ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ହଜାର ହଜାର ମା ମହାମାୟୀଙ୍କ ଭକ୍ତ ସାମିଲ ହୋଇ ପୂଜାର୍ଚ୍ଚନା କରିବା ସହିତ ମୁଣ୍ଡରେ କଳସ ଧରି ନାରାୟଣୀ ସାହିରୁ ନାରାୟଣୀ ମନ୍ଦିର ନିକଟସ୍ଥ ନଦୀକୁ ଭକ୍ତ ମାନେ ନିଜର ମାନସିକ ପୂରଣ ପରେ ବିସର୍ଜନ କରିବା ପାଇଁ, କିଛି ଭକ୍ତ ପୁନର୍ବାର ବ୍ରତ ପାଳନ କରିବା ପାଇଁ ଏବଂ ନୂତନ ଭାବେ ବ୍ରତ ଧାରଣ କରିବା ନିମିତ୍ତ ନଦୀରୁ ଜଳ ଆଣି କଳସ ସ୍ଥାପନ କରି ମାନସିକ କରିଥିଲେ। ଯାତ୍ରା ସମୟରେ ବାଜା ବାଜଣା ପଟୁଆରରେ ନାରାୟଣୀ ସାହି ସ୍ଥିତ ମନ୍ଦିରରୁ ବାହରି ବଜାର ଦେଇ ମାଦିକୁନ୍ଦା ଛକ ଦେଇ ନଦୀ ନିକଟରେ ପହଞ୍ଚି ଥିଲେ।

Comments are closed.