ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖଜୁରୀପଡା ଠାରେ ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିଆଡ଼ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଖଜୁରୀପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିବା ରାଣୀ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ କୁମାର ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟା ଗୋଲାପି ରଣା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୬ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ରଙ୍କନିଧି ବେହେରା, ପ୍ରଶାନ୍ତ କୁମାର ଦାସ, ବାପୁଜି ଦିଗାଲ, ନସିବ କୁମାର ପ୍ରଧାନ, ତ୍ରିଲୋଚନ ନାୟକ, ଇନ୍ଦ୍ରମଣୀ ନାୟକ, ବେଣୁଧର ମହାପାତ୍ର, ଯତୀନ୍ଦ୍ର ମାଝି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.