www.samajalive.in
Sunday, December 7, 2025
18.1 C
Bhubaneswar

ମହାନଦୀ ଆଳତି ଘାଟରେ ସ୍ୱତନ୍ତ୍ର ଯୋଗ ପ୍ରଶିକ୍ଷଣ ଶିବିର

ବୌଦ୍ଧ: ମହାନଦୀ ଆଳତି ଘାଟ ଠାରେ ସ୍ୱତନ୍ତ୍ର ଯୋଗାଭ୍ୟାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳି ଯୋଗପୀଠ ଦ୍ଵାରା ପ୍ରଶିକ୍ଷିତ ଯୋଗ ଶିକ୍ଷକ ଅରୁଣ କୁମାର ଯୋଶୀ ଶିବିରରେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବ୍ୟାୟାମ, ଆସନ, ପ୍ରାଣାୟାମ ସହିତ ମିଶ୍ରଦଣ୍ଡ ଓ ସଙ୍ଗିତମୟ ଯୋଗଶିକ୍ଷା ଅଭ୍ୟାସ କରାଇଥିଲେ। ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଉପଢୌକନ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ଯୋଗ ଶିକ୍ଷକ ଶଶାଙ୍କ ଶେଖର ପୁରୋହିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ମିଳିଥାଏ। ଯୋଗ ଶିକ୍ଷକ ସମୀର କୁମାର ସାହୁ ରାଷ୍ଟ୍ର ଗୀତ ଗାନ କରିଥିଲେ। କାର୍ୟ୍ୟକ୍ରମକୁ ନଟବର ଅଗ୍ରୱାଲା, ଦିଲ୍ଲୀପ ଚୌଧୁରୀ, ସୂର୍ୟୟନାରାୟଣ ପଣ୍ଡା, ପ୍ରଜ୍ଞା ଦାସ, ସୌମ୍ୟାସୁମନ ପୁରୋହିତ ପରିଚାଳନା କରିଥିଲେ। ଯୋଗର ପ୍ରଚାର ପ୍ରସାର ପାଇଁ ସମସ୍ତେ ଉଦ୍ୟମ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories