ଭୋଟ ଦେଲେଣି ୭୬୪ କର୍ମଚାରୀ

ଆଠଗଡ଼: ଆଠଗଡ଼ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମିଶାଇ ଅଦ୍ୟାବଧି ୭୬୪ଜଣ ଏବଂ ଘରୁ ରହି ୯୮ଜଣ ଭୋଟ ଦେଇ ସାରିଲେଣି ବୋଲି ଜଣାପଡ଼ିଛି। ଗତ ୧୪ତାରିଖରୁ ୧୮ତାରିଖ ମଧ୍ୟରେ ନିର୍ବାଚନ ତାଲିମ ନେଉଥିବା କର୍ମଚାରୀଙ୍କ ମଧ୍ୟରୁ ୬୭୪ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଆଠଗଡ଼ ନିର୍ବାଚନ ମଣ୍ଡଳିର ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ୧୯୧ଜଣ, ବଡମ୍ବା ପାଇଁ ୧୪୧ଜଣ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳି ପାଇଁ ୩୪୨ଜଣ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଗତ ୨୦ତାରିଖରୁ ୨୨ତାରିଖ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜରୁରୀ ସେବାରେ ନିୟୋଜିତ ପୁଲିସ, ଅଗ୍ନିଶମ କର୍ମଚାରୀ ଓ ଗାଡିଚାଳକଙ୍କୁ ମିଶାଇ ମୋଟ ୯୦ଜଣ ମତଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଠଗଡ଼ ପାଇଁ ୬୮, ବଡମ୍ବା ପାଇଁ ୨୧ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳି ପାଇଁ ୧ଜଣ ମତଦାନ କରିଛନ୍ତି। ସେହିପରି ଆଠଗଡ଼ ନିର୍ବାଚନ ମଣ୍ଡଳିର ୪୫ଜଣ ଓ ବଡମ୍ବା ନିର୍ବାଚନ ମଣ୍ଡଳିର ୫୩ଜଣଙ୍କୁ ମିଶାଇ ୯୮ଜଣ ଚଳତକ୍ଷମହୀନ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମତଦାନ କରିସାରିଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସୁତ୍ରରୁ ପ୍ରକାଶ।

Comments are closed.