ପାଟେଣୀଗାଁରେ ସୁଧୁରିଛି ଝାଡାବାନ୍ତି ସ୍ଥିତି
ଗୁରୁଡ଼ିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ପାଟେଣୀଗାଁରେ ଝାଡାବାନ୍ତି ସ୍ଥିତି ସୁଧୁରିଛି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସ୍ଥିତିକୁ ପରଖୁଛନ୍ତି। ପ୍ରକାଶଯୋଗ୍ୟ ଗତକାଲି ଓ ପରଦିନ ଝାଡାବାନ୍ତିରେ ୪୦ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଭିତରୁ ୧୨ଜଣ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ସ୍ଥିତି ଭଲ ରହିଥିବା ବେଳେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଲିପ ଦାସ ପାଟେଣୀଗାଁ ପ୍ରଧାନ ସାହିରେ ଉପସ୍ଥିତ ରହି ଝାଡାବାନ୍ତିର କାରଣ ପରଖିଥିଲେ। ବ୍ୟବହୃତ କୂଅର ପାଣିକୁ ପରୀକ୍ଷା ପାଇଁ ନେଇଥିବା ବେଳେ ବିଶୋଧନ ମଧ୍ୟ କରିଥିଲେ। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ଚିକିତ୍ସିତ ହେଉଥବା ସୁଷମା ପ୍ରଧାନ(୧୯), ଖିରୋଦ ପ୍ରଧାନ(୩୪), ଡମୟନ୍ତି ପ୍ରଧାନ(୩୦), ଝୁଲିଆ ପ୍ରଧାନ(୬୨) ଓ ରତ୍ନମଞ୍ଜରୀ ପ୍ରଧାନ(୩୦) ପ୍ରମୁଖ ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.