ଗିରିରାଜ ସିଂଙ୍କ ରୋଡ ସୋ ଜରିଆରେ ପ୍ରଚାର

ସମ୍ବଲପୁର: ମତଦାନର ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ରାଷ୍ଟ୍ରୀୟସ୍ତରର ନେତା ମାନେ ଏବେ ସମ୍ବଲପୁର ମୁହାଁ ହୋଇଛନ୍ତି। ବିଗତ ଦିନରେ ଅନେକ ଜାତୀୟସ୍ତରର ନେତା ସମ୍ବଲପୁରକୁ ଆସି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ପାଇଁ ପ୍ରଚାର କରିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆସିଥିଲେ। ଶ୍ରୀ ସିଂ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସମ୍ବଲପୁର ଠାରେ ଏକ ଜୋରଦାର ରୋଡ ସୋ କରିଥିଲେ। ସ୍ଥାନୀୟ ଦିନ ପ୍ରାୟ ୧୧ଟା ସମୟରେ ରୋଡ ସୋରେ ସାମିଲ ହୋଇ ଭିଏସଏସ ଷ୍ଟାଡିୟମ ଅଞ୍ଚଳରୁ ମୋତିଝରନ ଦେଇ ସୁନାପାଲି ପର୍ଯ୍ୟନ୍ତ ଯାଇଥିଲେ। ପ୍ରବଳ ଖରା ସତ୍ୱେ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସୁନାପାଲି ବରଗଛପଡ଼ାରେ ସମ୍ପନ୍ନ ହୋଇଥିବା ଏହି ରୋଡ ସୋ ପରେ କିଛି ସମୟ ଧରି ଅଞ୍ଚଳରେ ରହି ଜନତାଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରି ବିଜେପିକୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ଭୋଟ ଦେଇ ବିଜୟୀ କରିବାକୁ ଅପିଲ କରିଥିଲେ। ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ, ବିଜେପି ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ କରିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ।

Comments are closed.