ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ମାଲପୁରା ଗ୍ରାମର ଶ୍ରୀରାମ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ବ୍ୟକ୍ତିର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମାଳପୁରା ଗ୍ରାମର ଶ୍ରୀରାମ ମନ୍ଦିର ପଛ ପାର୍ଶ୍ଵରେ ରହିଥିବା ଏକ ପରିତ୍ୟକ୍ତ କୁଅରେ ଏକ ମୃତ ଦେହ ଭାସୁଥିବାର ଗ୍ରାମର କେତେକ ଯୁବକ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ କୂଅ ମଧ୍ୟରୁ ଉଦ୍ଧାର କରିଥିବା ବେଳେ ସେଥିରେ ମୁଣ୍ଡ ନଥିଲା। ମୃତ ଦେହର କୋଣସି ପରିଚୟ ମିଳିପାରିନାହିଁ। ପୁଲିସ ସନ୍ଦେହ କ୍ରମେ କୂଅରୁ ଜଳ ଶୁଖାଇବା ପରେ କୂଅ ମଧ୍ୟରୁ ମୁଣ୍ଡ ମିଳିଥିଲା। ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ ହୋଇଥିବାର ସାଧାରଣରେ ସନ୍ଦେହ କରୁଥିବା ବେଳେ ପୁଲିସ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି।

Comments are closed.