www.samajalive.in
Sunday, December 7, 2025
23.1 C
Bhubaneswar

ଜିଲା ହସ୍ତଶିଳ୍ପୀ ଓ ବୁଣାକାର ସମାବେଶ ଆୟୋଜିତ

ସମ୍ବଲପୁର: ସ୍ଥାନୀୟ ଝାଡୁଆପଡା ସ୍ଥିତ ଆରଣ୍ୟକ ମଣ୍ଡପରେ ଶନିବାର ସମ୍ବଲପୁର ଜିଲା ହସ୍ତଶିଳ୍ପୀ ଓ ବୁଣାକାର ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଓଡ଼ିଶା ଶିଳ୍ପୀ ମହାସଂଘ ର ରାଜ୍ୟ ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହସ୍ତଶିଳ୍ପୀ ଓ ବୁଣାକାର ମାନଙ୍କ ସାମାଜିକ ସୁରକ୍ଷା ନେଇ ଏକ ଆଳୋଚନା ଚକ୍ର ଅନୁଷ୍ଠିତ ହେବାସହ ଓଡ଼ିଶା ଶିଳ୍ପୀ ମହାସଂଘ ସମ୍ବଲପୁର ଜିଲାର ନୂତନ ପଦାଧିକାରୀଙ୍କୁ ଚୟନ କରାଯାଇ ଦାୟିତ୍ଵ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ହସ୍ତଶିଳ୍ପୀ ଓ ବୁଣାକାର ମାନେ ଯୋଗ ଦେଇଥିବା ବେଳେ ହସ୍ତଶିଳ୍ପୀ ଓ ବୁଣାକାର ମାନଙ୍କ ଏକତା ଓ ତାର ଆବଶ୍ୟକତା, କାରିଗରଙ୍କ ବିକାଶ ପାଇଁ ମାର୍କେଟି କୈ।ଶଳ, ଶିଳ୍ପୀ ଓ କାରିଗରୀଙ୍କୁ ପ୍ରୋତ୍ସାହନର ଆବଶ୍ୟକତା, ବୁଣିକାର ଓ ଶିଳ୍ପୀଙ୍କ ସମସ୍ୟା ଉପରେ ଆଳୋଚନା ସହ ତାର ସମାଧାନ ଉପରେ ବିସ୍ତ୍ରୁତ ଭାବରେ ଚର୍ଚ୍ଚା ହୋଇଥିଲା। ଏହି କାର୍ୟ୍ୟକ୍ରମରେ ବହୁ ପ୍ରତିଭାବାନ ବୁଣାକାର ଓ ହସ୍ତଶିଳ୍ପୀ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories