www.samajalive.in
Saturday, December 6, 2025
26.1 C
Bhubaneswar

ବିଶାଲଖିଣ୍ଡା ରାମଲୀଳା ମହୋତ୍ସବ

ସମ୍ବଲପୁର: ସ୍ଥାନୀୟ ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଠାରେ ଆରମ୍ଭ ହୋଇଥିବା ରାମଲୀଳା ମହୋତ୍ସବର ଦ୍ୱିତୀୟ ଦିବସ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୀନା ବଜାର ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତ ଦର୍ଶକ ମାନେ ରାମଲୀଳା ମହୋତ୍ସବକୁ ବେଶ ଉପଭୋଗ କରିଥିଲେ। ସଭାପତି ଦୁର୍ଗା ପ୍ରସାଦ ପାଢ଼ୀଙ୍କ ସଭାପତିତ୍ୱରେ ପ୍ରଥମେ ଏକ ସଭା ଆୟୋଜିତ ହୋଇଥିଲା। ଏହା ପରେ ସଭାପତିଙ୍କ ଅନୁରୋଧ କ୍ରମେ ଲଙ୍କା ଦରବାର, କୈକେୟୀଙ୍କ ବରପ୍ରାପ୍ତି, ଗୃହକ ଉପାଖ୍ୟାନ, ରାମ ବନବାସ, ଭରତଙ୍କ ପାଦୁକା ଗ୍ରହଣ ଏବଂ ପୁନଃ ଲଙ୍କା ଦରବାର ମଞ୍ଚସ୍ଥ କରାଯାଇଥିଲା। ଏଥି ସହ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁକୁନ୍ଦ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ, ରାଜେଶ ପଧାନ, ପ୍ରକାଶ ପ୍ରଧାନ, ସୁଧିର ବାରିକ, ସତ୍ୟ ନାରାୟଣ ପ୍ରଧାନ, ଦେବାଶିଷ ସାହୁ, ଉମାକାନ୍ତ ସାହୁ, ପ୍ରତାପ ସାହୁ, ଗୁଳାମଣି ପୃଷେଠ, ଦିଲିପ ସାହୁ, ସଙ୍କୀର୍ତ୍ତନ ପଧାନ, ସାଗର ପୂଜାରୀ, ଚର୍ତୁଭୁଜ ମିଶ୍ର, ହେମନ୍ତ ସାହୁ, ରଶ୍ମିରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କମିଟିର ସମ୍ପାଦକ ଆଚାର୍ଯ୍ୟ ମାଝୀ ସମସ୍ତ ଶ୍ରଦ୍ଧାଳୁ, କଳାକାର ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories