ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ଯୋଗେ ବିଦ୍ୟୁତ ସେବା ପ୍ରଦାନ
ସମ୍ବଲପୁର: ବୁଧବାର ବିଳମ୍ବିତ ରାତ୍ରିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆକସ୍ମିକ ରୂପେ ସ୍ଥାନୀୟ ଗୁଜୁରାତି କଲୋନୀ ଠାରେ ୫୦୦ କେଭିଏର ଟ୍ରାନ୍ସଫର୍ମର ଜଳି ଯାଇଥିଲା। ଏଣୁ ଗୁଜୁରାଟି କଲୋନୀ ଅଞ୍ଚଳରେ ୨୫୦ରୁ ଉର୍ଦ୍ଧ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା। ତେବେ ପ୍ରଖର ଗ୍ରୀଷ୍ମ ତାପ ଓ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତୁରନ୍ତ ଟ୍ରାନ୍ସଫର୍ମର ପରିବର୍ତ୍ତନ କରିବା ସମୟ ସାପେକ୍ଷ ଥିବାରୁ ଟିପିଡବ୍ଲ୍ୟୁଓଡିଏଲ କମ୍ପାନୀର କାର୍ଯ୍ୟାଳୟରେ ଆପତକାଳୀନ ସ୍ଥିତି ପାଇଁ ରଖାଯାଇଥିବା ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ ସରବରାହକୁ ୨ ଘଣ୍ଟା ମଧ୍ୟରେ ଚାଲୁ କରାଯାଇଥିଲା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.