ପୁଲିସ ଓ ବି.ଏସ.ଏଫ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ
କଲମପୁର: ମଇ ୧୩ ତାରିକ ଦିନ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳିର ସାଂସଦ ପଦବୀ ଏବଂ ନିର୍ବାଚନ ମଣ୍ଡଳି ଅଧିନସ୍ଥ ୭ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳିର ବିଧାୟକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଇଯାଇଛି। ଅବାଧ, ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମ୍ପାଦନ ନେଇ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କଲମପୁର ଥାନା ଅଧିନସ୍ଥ ତେନ୍ତୁଳିଖୁଣ୍ଟି ଏବଂ ବୋଦେଲବନ୍ଧ ଗ୍ରାମ ଠାରେ କଲମପୁର ପୁଲିସ ଥାନା ପକ୍ଷରୁ ବି.ଏସ.ଏଫ ଯବାନଙ୍କ ସହଯୋଗରେ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।
Comments are closed.