ବିଜେଡ଼ିର ମା କବଚ ସମାରୋହ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡା ବ୍ଳକର ଓସ୍ତଯୋଡ଼ି ଆମ୍ବତୋଟାରେ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ମା କବଚ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଜେପି ପ୍ରାଧାନ୍ୟ ଏହି ଅଞ୍ଚଳରେ ବିଜୁ ଜନତା ଦଳ ତାହାର ମହିଳା ଶକ୍ତି ପ୍ରଦର୍ଶନ କରିଛି। ଏହି ସମାରୋହ ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ବରେ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡକ୍ଟର ହରିଶ ଚନ୍ଦ୍ର ଚୌଧୁରୀ, ସହ ପର୍ଯ୍ୟବେକ୍ଷକ କାନନ ବିହାରୀ ପହି ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କେନ୍ଦୁଝର ଜିଲ୍ଲା ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ମହିଳା ମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି ଯାହାଫଳରେ ମହିଳା ମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ମତ ରଖିଥିଲେ।

Comments are closed.