nua o banner

ତୁରୁମୁଙ୍ଗାରେ ବିଜେପି କର୍ମୀ ସମ୍ମିଳନୀ

bjd  ek lkhya koti banner

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଓ ତୁରୁମୁଙ୍ଗା ଠାରେ କେନ୍ଦେଇପଶି ମଣ୍ଡଳ ବିଜେପି ପକ୍ଷରୁ ଆଜି ପୃଥକ ପୃଥକ ଭାବେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଦଳୀୟ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଧାନସଭା ଟିକେଟ ପ୍ରତ୍ୟାଶି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ସିଂହ, ମଣିଭୂଷଣ ବାରିକ, ସଂଯୋଜକ ସୁଦର୍ଶନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ରର ବିଜେପି ସରକାରଙ୍କ ଜନହିତକାରୀ ଯୋଜନାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଓ ଭାଜପାକୁ ବିପୁଳ ବିଜୟ ଆଣି ଦେବା ପାଇଁ କର୍ମୀ ମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା।

Comments are closed.