ସମ୍ବଲପୁରରେ ବିଜେଡି ମିଡିଆ ସେଲ କାର୍ଯ୍ୟାଳୟ ଉଦଘାଟିତ

ସମ୍ବଲପୁର: ସ୍ଥାନୀୟ ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ସମ୍ବଲପୁର ବିଜେଡି ମିଡିଆ ସେଲ କାର୍ୟ୍ୟାଳୟ ଶନିବାର ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବିଜୁ ଜନତା ଦଳର ମୁଖପାତ୍ର ଲେନିନ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ୟ୍ୟାଳୟକୁ ଶୁଭ ଉଦଘାଟନ କରିଥିଲେ। ପ୍ରଥମେ ମା ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ଦ୍ଵିପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ବିଜେଡି କର୍ମକର୍ତ୍ତାଙ୍କ ସହ ଗୃହ ପ୍ରବେଶ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଦଳର ସମସ୍ତ କାର୍ୟ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯିବା ନେଇ ଶ୍ରୀ ମହାନ୍ତି କହିଥିଲେ।

Comments are closed.