କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗ୍ରାମରେ ଲୋକ ଯାତାୟତ ରାସ୍ତାକୁ ଅବରୋଧ କରି ଗାଁର ଖଗ ମହାନନ୍ଦିଆ ଘର ନିର୍ମାଣ କରିବାରୁ ଗ୍ରାମବାସୀ ମିଳିତ ହୋଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯାତାୟତ ରାସ୍ତାରେ ଘର ନିର୍ମାଣ କରି ଅବରୋଧ କରିଥିବାରୁ ଖରଯୋଡ଼ା ଗ୍ରାମର ମହିଳା ପୁରୁଷ ମାନେ ଏକତ୍ରିତ ହୋଇ ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଦଣ୍ଡାଧିକାରୀ ରଞ୍ଜନ କୁମାର ମାନସେଠଙ୍କୁ ଏକ ଲିଖିତ ଅଭିଯୋଗ କରିବା ପାଇଁ ଆସିଥିବା ବେଳେ ତହସିଲଦାର ଅନୁପସ୍ଥିତ ରହିଥିବାରୁ ବରିଷ୍ଠ ରାଜସ୍ଵ ସହାୟକ ବିଶ୍ୱନାଥ ଗମାଙ୍ଗଙ୍କୁ ପ୍ରଦାନ କରିଥିଲେ।
Popular Categories



