ଚୌଦ୍ୱାରରେ ଲଉଡ଼ି ଉତ୍ସବ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୪ନଂ ୱାର୍ଡ ସ୍ଥିତ ସରଦେଇ ମନ୍ଦିର ପ୍ରାଙ୍ଗଣରେ ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର ଯାଦବ ମହାସଭା ଓ ମା ସରଦେଇ ଲଉଡ଼ି ସଂଘର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଆଖପାଖ ଅଂଚଳର ୮ଟି ଲଉଡ଼ି ଦଳ ଯୋଗଦେଇ ଲଉଡି ନୃତ୍ୟ ପରିବେଷଣ କରିଥିଲେ। ବିଜେଡ଼ିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ବିଧାୟକ ସୌଭିକ୍‌‌ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ପ୍ରେମଚାନ୍ଦ ନାୟକ, ଗଣେଶ ଚନ୍ଦ୍ର ବେହେରା, କଟକ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ସମ୍ପାଦକ ତୀର୍ଥବାସୀ ବେହେରାଙ୍କ ସମେତ ସ୍ଥାନୀୟ ବହୁ କାଉନସିଲର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ।ଚୌଦ୍ୱାର ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୋରେନ ବେହେରା , ଝୂଲେନ୍ଦ୍ର ବେହେରା ଓ ସମ୍ପାଦକ ବିଷ୍ଣୁ ଚରଣ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ କାଉନସିଲର ଅଜିନୀ କୁମାର ବେହେରାଙ୍କ ସମେତ ୧୯ଟିଯାକ ୱାର୍ଡ଼ ଓ ୫ଟି ପଞ୍ଚାୟତର ଯାଦବ ସଭାର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Comments are closed.