www.samajalive.in
Friday, December 12, 2025
16.1 C
Bhubaneswar

ପ୍ରସ୍ତାବିତ ବସଷ୍ଟାଣ୍ଡ ଘୁଞ୍ଚାଇବାକୁ ଦାବି

ଫୁଲବାଣୀ: କନ୍ଧମାଳ ଜିଲ୍ଲା – ରାଇକିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ଦିବସ ଅବସରରେ ମଙ୍ଗଳବାର ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଂଚ ଗୀତାଞ୍ଜଳି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଇକିଆ ଠାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗ୍ରାବାସୀମାନେ ଦାବି କରିଥିଲେ। ପ୍ରସ୍ତାବିତ ନୂତନ ବସ ଷ୍ଟାଣ୍ଡଟିକୁ ରାଇକିଆ ବଜାର ଚାରିଛକ ଠାରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ହିଁ ରୂପାନ୍ତରିତ କରିବା ପାଇଁ ସ୍ଥିର କରାଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ନିଷ୍ପତିକୁ ସହରବାସୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଚାର କରାଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ସ୍ଥାନରୁ ଅଧିକ ବସ ଚଳାଚଳ ସହ ଅଟୋ, ଟ୍ୟାକ୍ସି ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ବେଳେ ଭବିଷ୍ୟତରେ ଏହି ସମସ୍ୟା ଦ୍ଵିଗୁଣିତ ହେବ। ତେଣୁ ଏହାକୁ ସହରର ମଧ୍ୟ ଭାଗରୁ ହଟାଇ ଉପଯୁକ୍ତ ସ୍ଥାନରେ ଟ୍ରାଫିକ ମୁକ୍ତ ଅଞ୍ଚଳକୁ ସ୍ଥାନାନ୍ତର କରିଲେ ସଧାରଣ ଲୋକେ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories