www.samajalive.in
Thursday, December 11, 2025
15.1 C
Bhubaneswar

ରୂପାନ୍ତରିତ ମସଜିଦ ଓ ମଦ୍ରାସା ଉଦଘାଟିତ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ମସଜିଦକୁ ୫-ଟିରେ ରୂପାନ୍ତରିତ କରାଯାଇଥିବା ବେଳେ ଆଜି ଏହି ମସଜିଦ ଓ ମଦ୍ରାସାର ଉଦଘାଟନ ପର୍ବ ଅନୁଷ୍ଠିତ ହୋଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ଢେଙ୍କିକୋଟ ସରପଞ୍ଚ ଖଇର ନାଏକ, ବ୍ଲକ ବିଜେଡ଼ି ସଭାପତି ଦୋଳଗୋବିନ୍ଦ ବେହେରା, ବଣିକ ସଂଘ ସଭାପତି ରାଜକିଶୋର ସାହୁ ଓ ମହେଶ୍ୱର ସାହୁ ଏବଂ ଯୁବ ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ଏସ କେ ଇମରାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ଜଲସା କାର୍ଯ୍ୟକ୍ରମରେ ବାଙ୍ଗାଲୋରରୁ ଆସିଥିବା ମୌଲାନା ୟାକୁବ ଜମାଇ ଓ କୋଲକାତାରୁ ଆସିଥିବା ମୌଲାନା ଜମିଲ ଅଖତାର ପ୍ରବଚନ ପ୍ରଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories