www.samajalive.in
Thursday, December 11, 2025
16.1 C
Bhubaneswar

କନ୍ଧମାଳ ଜିଲ୍ଲାସ୍ତରୀୟ ପ୍ରତିଭା ସଂଗମ ପ୍ରତିଯୋଗିତା

ଫୁଲବାଣୀ: ରାଷ୍ଟ୍ରୀୟ କଳାମଞ୍ଚ ଦ୍ଵାରା ଆୟୋଜିତ ହେଉଥିବା ପ୍ରତିଭା ସଂଗମ କାର୍ଯ୍ୟକ୍ରମ ପାଇଁ ଆଜି କନ୍ଧମାଳ ଜିଲ୍ଲାରେ ପୋଷ୍ଟର ଉନ୍ମୋଚନ ହୋଇଯାଇଛି ଏବଂ ଆଗାମୀ ମାର୍ଚ୍ଚ ମାସ ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଗ ତ୍ରିଲୋଚନ ଗଣ୍ଡା କହିଛନ୍ତି। ଏହି ପ୍ରତିଯୋଗିତାରେ ଏକକ ନୃତ୍ୟ, ଦଳ ଗତ ନୁର୍ତ୍ୟ, ଏକକ ସଙ୍ଗୀତ, ଚିତ୍ରାଙ୍କନ, ଏକକ ଅଭିନୟ, ନାଟକ (ଏକାଙ୍କିକା), ରଙ୍ଗୋଲି, ସ୍ଵରଚିତ କବିତା ଆବୃତ୍ତି, ପାରମ୍ପରିକ ବେଶ ଭୂଷା ପରି ପ୍ରତିଯୋଗିତା ହେବା ପାଇଁ ଯାଉଛି। ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀ +୨ କିମ୍ବା ଉର୍ଦ୍ଧ୍ବ ପଢୁଥିବା ଆବଶ୍ୟକ ଏବଂ ଜଣେ ପ୍ରତିଯୋଗୀ କେବଳ ୨ଟି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ନିୟମ ରହିଛି। ଏହି ପ୍ରତିଯୋଗିତାରେ କେବଳ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ହିଁ ଭାଗ ନେଇ ପାରିବେ ଏବଂ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିବେ ସେହି ସବୁ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ କନ୍ଧମାଳ ଜିଲ୍ଲାର ନାମକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉପରକୁ ନେଇ ପାରିବେ ବୋଲି ଶ୍ରୀ ଗଣ୍ଡା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories