www.samajalive.in
Saturday, December 13, 2025
21.1 C
Bhubaneswar

ଗୃହ କର୍ତ୍ତା ଉଦଘାଟନ କଲେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ

ଜି ଉଦୟଗିରି: ପ୍ରବାଦ ପୁରୁଷ ମହାଜନାନୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜି ଉଦୟଗିରିର ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ କରକମାଳରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଶେଷ ମୁହର୍ତାରେ ଗୃହକର୍ତା ଉଦଘାଟନ କରିଥିଲେ। ବିବରଣୀରୁ ପ୍ରକାଶ ଯେ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ପ୍ରବାଦ ପୁରୁଷ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉଦଘାଟନ କରିବାର କାର୍ଯକ୍ରମ ଥିଲା କିନ୍ତୁ ଶେଷ ମୁହର୍ତରେ ଉପବାଚସ୍ପତି ଦେହ ଖରାପ ଥିବା ଖବର ଦେଇ ଅଧ୍ୟକ୍ଷା ନିଜେ ଉଦଘାଟନ କରନ୍ତୁ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରକାଶ କରିଥିଲେ। ଉପବାଚସ୍ପତିଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବାରେ ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ଉପସ୍ଥିତ ରହି ପାରିଲେ ନାହି ବୋଲି କହିଥିଲେ। ହେଲେ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ପଞ୍ଚାୟତ ସମିତି କାର୍ଯ୍ୟଳୟ ଉଦଘାଟନରେ ସମ୍ମାନିତ ଅତିଥି ଥିଲେ ସୁଦ୍ଧା ଉପବାଚସ୍ପତିଙ୍କୁ ଅପେକ୍ଷା କରି ନ ଆସିବାରୁ ସାଂସଦ ମଧ୍ୟ ଫେରି ଯାଇଥିବା ଜଣାପଡ଼ିଛି। ଫଳତେ ଗୃହକର୍ତ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ନୂତନ ପଞ୍ଚାୟତ ସମିତି କାର୍ଯ୍ୟଳୟର ଉଦଘାଟନ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories