www.samajalive.in
Saturday, December 6, 2025
23.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍‌‌

କଲମପୁର: ଶନିବାର ଅପରାହ୍ନରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଭିତିଭୂମି ଏବଂ ବ୍ୟବସ୍ତା ଯାଂଚ କରିଛନ୍ତି କାୟାକଳ୍ପ ଟିମ୍‌‌। ରାଜ୍ୟସ୍ତରୀୟ କାୟାକଳ୍ପ ଟିମ ଲିଡର ଡାକ୍ତର ସତ୍ୟ ନାରାୟଣ ସାମଲଙ୍କ ନେତୃତ୍ୱରେ ସୁନିତା ଜେନା, ତୃପ୍ତି ମିଶ୍ର ପ୍ରମୁଖଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୀତା ନାଏକ, ନିହାର ଠାକୁର ଏବଂ ଅନନ୍ତ କୁମାର ପଣ୍ଡା ପ୍ରମୁଖ ଏହି ଟିମରେ ସାମିଲ ହେଇ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ ପହଂଚିଥିଲେ। କଲମପୁର ଗୋଷ୍ଟୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ, ଡାକ୍ତର ଜ୍ୟୋତିକ୍ରିଷ୍ଣା ମାଝୀ, ଡାକ୍ତର ସୋନାଲି ପଣ୍ଡା, ଡାକ୍ତର ଅନିୟ କୁମାର ଜଗଦଲା, ପ୍ରମୁଖଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ। ଏହାପରେ କାୟାକଳ୍ପ ଟିମ୍‌‌ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା, ଔଷଧ ଭଣ୍ଡାର, ପ୍ରସୁତି ଗୃହ, ରୋଗୀଙ୍କ କକ୍ଷ, ପାନୀୟ ଜଳ, ବର୍ଜ୍ୟ ବସ୍ତୁ ପରିଚାଳନା, ରୋଗୀ ୱାର୍ଡ ଏବଂ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories