www.samajalive.in
Tuesday, December 9, 2025
17.1 C
Bhubaneswar

ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ

ଫୁଲବାଣୀ: ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଏକ ଇଭିଏମ ପ୍ରଦର୍ଶନ କେନ୍ଦ୍ର ଗୁରୁବାର ଉଦଘାଟନ ହୋଇଯାଇଛି। ଏହି ପ୍ରଦର୍ଶନ କେନ୍ଦ୍ର କୁ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନ ଆସନ୍ତା ଦୁଇ ମାସ ଧରି ଚାଲିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଇଭିଏମ ସମ୍ପର୍କରେ ଗ୍ରାମାଞ୍ଚଳରେ ରହୁଥିବା ଭୋଟର ତଥା ନୂତନ ଭାବରେ ଭୋଟ ତାଲିକାରେ ପଞ୍ଜିକୃତ ହୋଇଥିବା ଯୁବ ଭୋଟର ମାନଙ୍କୁ ସଚେତନ କରି ତାଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଏବଂ ସମସ୍ତ ଫୁଲବାଣୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟର ମାନଙ୍କୁ ଇଭିଏମ ଓ ଭିଭିପାଟ ମାଧ୍ୟମରେ ଭୋଟ ଦାନ ପ୍ରକ୍ରିୟାରେ ସାମିଲ କରିବା। ଏହି ଅବସରରେ ଡେପୁଟି କଲେକ୍ଟର ସୁମନ ଡୁଙ୍ଗ ଡୁଙ୍ଗ, ସହକାରୀ ଜିଲ୍ଲାପାଳ, ବିବେକାନନ୍ଦ ସାମଲ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଞ୍ଜିତା ଲେଙ୍କା, ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ଭୋଟର ମାନେ ଉପସ୍ଥିତ ରହି ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories