ଡ୍ୟାନ୍ସ ଗୃପର ବାର୍ଷିକୋତ୍ସବ ଉଦ୍‌‌ଘାଟିତ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓ ନୃତ୍ୟ ଶିକ୍ଷାନୁଷ୍ଠାନ ଏବିସିଡି ଡ୍ୟାନ୍ସ ଗୃପ୍‌‌ର ଏକାଦଶତମ ଦୁଇଦିନିଆ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ଉଦ୍‌‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ ଗୀତିକାର ରାଧାନାଥ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବାର୍ଷିକୋତ୍ସବରେ ଅନୁଷ୍ଠାନର କଳାକାରଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ନୃତ୍ୟାନୁଷ୍ଠାନର କଳାକାରମାନେ ଉଚ୍ଚକୋଟିର ନୃତ୍ୟକଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ତଥା ନୃତ୍ୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ଗୁରୁ ପ୍ରାରମ୍ଭରେ ବିବରଣୀ ଉପସ୍ଥାପନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.